ଲାଞ୍ଜିଗଡ଼ :  ଲାଞ୍ଜିଗଡ଼ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ଏକ ନକଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚ୍ ଲାଞ୍ଜିଗଡ଼ ପୁଷ୍ପା ଦଳ ଓ ଜେଜେଓଆଇ ଛତ୍ରପୁର ଦଳ ମଧ୍ୟରେ ହୋଇଥିଲା। ଲାଞ୍ଜିଗଡ଼ ପୁଷ୍ପା ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୭ ଉଇକେଟ ବିନିମୟରେ ୧୬୬ ରନ କରିଥିବା ବେଳେ ଜବାବରେ ଛତ୍ରପୁର ଦଳ ୯ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୯୨ ରନ କରି ୭୪ ରନରେ ପରାଜିତ ହୋଇଥିଲେ।

କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ  ଉତ୍ସବରେ ଅତିଥି ଭାବେ ଲାଞ୍ଜିଗଡ଼ ନୂତନ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ବସନ୍ତପଡା ସରପଞ୍ଚ ଚାଁଚେର ମାଝୀ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଶ୍ରୀମୁଖ ଅଗସ୍ତି, ରାଘବ ଗହୀର ପ୍ରମୁଖ ମଞ୍ଚାସୀନ ଥିଲେ। ଫାଇନାଲ ମ୍ୟାଚରେ ଅନାମ ନାଏକ ଓ ତନ୍ମୟ ମହାଖୁଡ଼ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ସତ୍ୟ ନାରାୟଣ ମାଝୀ ଓ ଏସ୍.ଅଗସ୍ତି ଧାରା ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଯୁବକ ସଭାପତି ଶ୍ରୀ ପେସନିଆ, ସମ୍ପାଦକ ଭୁପେନ୍ଦ୍ର ମହାରଥା,ସତ୍ୟନାରାୟଣ ପ୍ରଧାନୀ, କିଶୋର ମୁଣ୍ଡଛିନା, ବିଶ୍ୱଜିତ ନାଏକ, ମନୋଜ ମହାଖୁଡ଼ ସମେତ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ଗତ ଫେବୃଆରୀ ୧୩ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ୩୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ବିଜେତା ଦଳକୁ ଟ୍ରଫି ସହ ୨୫ ହଜାର ଓ ଉପବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।