ଲାଞ୍ଜିଗଡ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସହରର ନୂତନ କମ୍ୟୁନିଟି ହଲ ଠାରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘବର୍ଷ ହେଲା ଲାଞ୍ଜିଗଡ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେବୀଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି । ତେବେ ବିଗତ ଦୁଇବର୍ଷ ଧରି କୋଭିଡ କଟକଣା ପାଇଁ ସୀମିତ ଭକ୍ତଙ୍କ ମଧ୍ୟରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସ୍ଥିତି ସ୍ୱଭାବିକ ଥିବାରୁ ପୂର୍ବପରି ଦୁର୍ଗାପୂଜା ମହା ଆଡମ୍ବରରେ କରାଯିବ ବୋଲି ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ସୂଚନା ଦେଇଛନ୍ତି । ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ଦୁର୍ଗାପୂଜାର ସଭାପତି ଭାବେ ସୁମନ୍ତ କୁମାର ଦଳବେହେରା ମନୋନିତ ହୋଇଥିବା ବେଳେ ସମ୍ପାଦକ ଭାବେ ଜୟନ୍ତ ମହାଖୁଡ ଓ କୋଷାଧ୍ୟକ୍ଷ ଭାବେ କିଶୋର ପେସନିଆ ମନୋନିତ ହୋଇଛନ୍ତି । ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାଗତ ଭାଷଣ ଭୂପେନ୍ଦ୍ର କୁମାର ମହାରଥା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ଲାଞ୍ଜିଗଡ ରାଜା ରାଜେନ୍ଦ୍ର ପ୍ରତାପ ସିଂହଦେଓ, କାମରାଜ ଦଳବେହେରା, ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆ, କାର୍ତ୍ତିକ ଓଡିଆ, ଶିଶିର ପୁଜାରୀ, କୃଷ୍ଣଚନ୍ଦ୍ର ମହାରଣା ଓ ଶ୍ରୀମୁଖ ଅଗସ୍ତି ପ୍ରମୁଖ ଉପସ୍ଥିତି ଥିବା ବେଳେ କର୍ତ୍ତା ଭାବେ ରାମ ଚନ୍ଦ୍ର ସିଂ ଓ ତାଙ୍କ ଧର୍ମପତ୍ନୀ ଜାନକୀ ସିଂ ଦାୟିତ୍ବ ନିର୍ବାହ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଗାପୂଜା ୫ଦିନଧରି ହେବାକୁ ଥିବା ବେଳେ ପୂଜକ ଭାବେ ପୁରୀର ସୁବାସ ଚନ୍ଦ୍ର ତ୍ରିପାଠୀ ପୂଜାର୍ଚ୍ଚନା କରିବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଶେଷରେ ଭୂପେନ୍ଦ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.