www.samajalive.in
Monday, December 8, 2025
14.1 C
Bhubaneswar

ଖାଲ ରାସ୍ତାରେ ଏମିତି ଯାଉଛି ଲାମ୍ବୋରଗିନି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ କାର୍ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଲାମ୍ବୋରଗିନି ନଜର ଆସୁଛି । ଏକ୍ସରେ ସେୟାର କରାଯାଇଥିବା ଭିଡିଓରେ ତେଲଙ୍ଗାନାର ଖରାପ ରାସ୍ତା ନଜର ଆସୁଛି । ରାସ୍ତାରେ ଏକ ଲାମ୍ବୋରଗିନି ଖାଲ ଖମା ରାସ୍ତା ଦେଇ ଗତିକରୁଛି । କାରର ଗ୍ରାଉଣ୍ଡ କ୍ଲିୟରାନ୍ସ କମ୍ ହୋଇଥିବାରୁ ଗାଡିକୁ ଯାତ୍ରା କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡୁଛି । ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟର ଭିଡିଓ ଭାଇରାଲ ହେଉଛି ।

- Advertisement -

ଏକ୍ସରେ ସେୟାର ହୋଇଥିବା ଭାଇରାଲ ଭିଡିଓରେ ଗାଡିଟି ନଜର ଆସୁଛି । ମାତ୍ର କିଛି ସେକେଣ୍ଡର ଏହି ଭିଡିଓରେ ନାଲି ରଙ୍ଗର ଲାମ୍ବୋରଗିନି ଯାଉଥିବା ଦେଖିବାକୁ ମିଳୁଛି । ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି ‘ଗାଡି ମାଲିକ ରୋଡ ଟ୍ୟାକ୍ସ ରୂପେ ଅତି କମରେ ୬୨ ଲକ୍ଷ ଟଙ୍କା ନିଶ୍ଚୟ ଭରିଥିବ ।’ ଭିଡିଓରେ ପ୍ରତିକ୍ରିୟା ରଖି ୟୁଜରମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିଛି ୟୁଜର ସରକାରଙ୍କୁ ଏମିତି ରାସ୍ତା ପାଇଁ ଦୋଷ ଦେଉଛନ୍ତି। ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories