www.samajalive.in
Tuesday, December 9, 2025
16.1 C
Bhubaneswar

ଭଗବାନ ଶିବଙ୍କ ବେଶରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ

ପାଟନା : ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାବ ଯାଦବ ମଙ୍ଗଳବାର ଭଗବାନ ଶିବଙ୍କ ବେଶ ଧାରଣ କରି ପାଟନାର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଅନୁରୂପ ଭାବେ ଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମକର ସଂକ୍ରାନ୍ତି ଦିନ ତେଜପ୍ରତାପ ଭଗବାନ କୃଷ୍ଣଙ୍କ ରୂପ ଧାରଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ସେ ଜିଲାପି ଛାଣୁ ଥିବାର ଏକ ଫଟୋ ଭାଇରାଲ ହୋଇଥିଲା।
ଶ୍ରାବଣ ମାସରେ ଭଗବାନ ଶିବଙ୍କ ଭକ୍ତିରେ ଲିନ ହୋଇ ତେଜପ୍ରତାପ ଏହି ବେଶ ଧାରଣ କରିଛନ୍ତି ବୋଲି କୁହାଯାଉଛି। ତେଜପ୍ରତାପ ଧଳା ରଙ୍ଗର ଧୋତି ପିନ୍ଧିଥିବାବେଳେ ଶରୀରରେ ବିଭୂତି ଲଗାଇଥିବା ଦେଖିବାକୁ ମିଳୁଛି। ପ୍ରକାଶ ଯେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ରାଜନୀତି ଗତିବିଧିଠାରୁ ବେଶି ନିଜ ବେଶକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories