www.samajalive.in
Monday, December 15, 2025
27.1 C
Bhubaneswar

ଲାଲକିଲ୍ଲା ବୋମା ବିସ୍ଫୋରଣ : ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ ସଫଳତା ମିଳିଛି। ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଏଜେନ୍ସି ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି ମାମଲାରେ ଗିରଫ ହୋଇଥିବା ସେ ସପ୍ତମ ଅଭିଯୁକ୍ତ। ଦିଲ୍ଲୀ ବୋମା ବିସ୍ଫୋରଣ ପରଠାରୁ ସେ ଫେରାର୍ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଶୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ। ଘଟଣା ପୂର୍ବରୁ ସୋଏବ ଆତଙ୍କବାଦୀ ଉମର ଉନ୍ ନବିକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଥିଲା।

ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଭାରତ ରାଜଧାନୀରେ କାର ବୋମା ବିସ୍ଫୋରଣରେ ହେବା ପୂର୍ବରୁ ସୋଏବ ଉମରକୁ ଲଜିଷ୍ଟିକ୍ ସହାୟତା ମଧ୍ୟ ଯୋଗାଇଥିଲା। ବିସ୍ଫୋରଣ ପୂର୍ବରୁ ସୋଏବ ଉମରକୁ ରହିବା, ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକତା ସମେତ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ପୂର୍ବରୁ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତେବେ ଗିରଫ ଅଭିଯୁକ୍ତ ସୋଏବକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯିବ। ଏବଂ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରାଯିବ। ଆତ୍ମଘାତୀ କାର ବୋମା ବିସ୍ଫୋରଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ଏବଂ ସମ୍ପୃକ୍ତ ବାକି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା ପାଇଁ ଏନ୍‌ଆଇଏ ଚଢାଉ ଜାରି ରହିଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories