www.samajalive.in
Saturday, December 6, 2025
26.1 C
Bhubaneswar

ଧନୁତୀର ଧରି ଯୁବକର ଉନ୍ମତ୍ତକାଣ୍ଡ: ଉଦ୍ଧାର କରିବାକୁ ଯାଇ ପୁଲିସ ଆହତ

ଲହୁଣୀପଡା : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅଭାବନୀୟ ଘଟଣା ଘଟିଛି। ବଡଜଲ ସ୍କୁଲ ଛାତ ଉପରେ ରହି ଯୁବକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। କେତେବେଳେ ଧନୁତୀର ଧରି ଡରାଉଛି ତ ଆଉ କେତେବେଳେ ତୀର ମାରୁଛି। ମଙ୍ଗଳବାର ସେହି ଯୁବକକୁ କାବୁ କରିବାକୁ ଯାଇ ଥାନାଧିକାରୀ ତୀର ମାଡରେ ଆହତ ହୋଇଛନ୍ତି। ତାଙ୍କ ସମେତ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ ବାଟୁଳି ମାଡ଼ରେ ଜଣେ ପ୍ରଧାନଶିକ୍ଷକଙ୍କ ମୁଣ୍ଡ ଫାଟିଯାଇଛି। ଯୁବକ ଜଣଙ୍କୁ କାବୁ କରିବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ଏବଂ ଅଗ୍ନିଶମବାହିନୀ ମୁତୟନ ହୋଇଛନ୍ତି। ରାତି ସାରା ଯୁବକୁ କାବୁ କରିବାକୁ ପୁଲିସ୍ ଫୋର୍ସ ମାନଙ୍କୁ ନାକେଦମ୍ ହେବାକୁ ପଡିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଛନ୍ତି। ସୂଚନା ଅନୁଯାୟୀ ଲହୁଣୀପଡ଼ା ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ ବଡ଼ଜଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଜଣେ ଯୁବକ ତିନିଦିନ ହେଲା ରହିଥିବାବେଳେ ସେଠାରେ ରୋଷେଇ କରି ଖାଉଛି। ତଳକୁ ଓହ୍ଲାଇବା ପାଇଁ କହିଲେ ସେ ତୀର ଧରି ଭୟଭୀତ କରୁଛି। ଗାଁ ଲୋକେ ରବିବାର ଏ ନେଇ ମହୁଲପଦା ପୁଲିସକୁ ଖବର ଦେଇଥିଲେ। ବଡ଼ଜଲ ଗ୍ରାମ ପିଣ୍ଡିକା ସାହିର ସାହୁ ମୁଣ୍ଡାର ପୁଅ ସଦନ(ଧନୀ) ମାନସିକ ବିକୃତ ଥିବା ଗାଁ ଲୋକ କହିଛନ୍ତି । ସଦନର ବାଟୁଳି ମାଡ଼ରେ ପ୍ରଧାନଶିକ୍ଷକ ସାହୁ ମୁଣ୍ଡାରୀଙ୍କ ମୁଣ୍ଡ ଫଟାଇ ଦେଇଥିଲା। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ମହୁଲପଦା ଥାନା ଅଧିକାରୀ ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଦଳ ପହଞ୍ଚିଥିଲେ ।  ସେମାନେ ଶିଡିରେ ଉପରକୁ ଉଠୁଥିବାବେଳେ ସମ୍ପୃକ୍ତ ଯୁବକ ପ୍ରାୟ ୧୫ଟି ତୀର ମାରିଥିଲା। ଗୋଟିଏ ତୀର ଥାନା ଅଧିକାରୀଙ୍କ ଡାହାଣ ହାତରେ ବାଜିଥିଲା। ଫଳରେ ଥାନା ଅଧିକାରୀ ଆହତ ହୋଇଥିଲେ । ତୀର ମାଡ଼ରେ ଅନ୍ୟ ଦୁଇଜଣ କନଷ୍ଟେବଳ ମଧ୍ୟ ଆହତ ହୋଇ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।  ଅନ୍ୟପକ୍ଷରେ ରବିବାରଠାରୁ ଯୁବକର ଆତଙ୍କ କମି ନ ଥିବାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ମରଚିଡିହି ବିଦ୍ୟାଳୟରେ ଦୁଇଦିନ ହେଲା ଶିକ୍ଷା ପ୍ରଦାନ କରାଯାଉଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories