www.samajalive.in
Saturday, December 6, 2025
19.1 C
Bhubaneswar

ତିରୁପତି ଲଡୁ ପରେ ବିବାଦରେ ମଥୁରା ପେଡା

ମଥୁରା : ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ତିରୁପତି ମନ୍ଦିର ଲଡୁ ବିବାଦର ସମାଧାନ ହୋଇ ନଥିବାବେଳେ ଉତ୍ତରପ୍ରଦେଶର ମଥୁରା ଓ ବୃନ୍ଦାବନରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିକ୍ରି କରାଯାଉଥିବା ଭୋଗ ‘ପେଡା’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଦୁଇ ଧାର୍ମିକ ପୀଠରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପେଡା ଓ ଅନ୍ୟାନ୍ୟ ମିଠାକୁ ପ୍ରସାଦ ଆକାରରେ ଭୋଗ ଲଗାଯାଇଥାଏ। ଠାକୁରଙ୍କ ନିକଟରେ ଭୋଗ ଆକାରରେ ଲଗାଯାଉଥିବା ବିଭିନ୍ନ ପ୍ରକାର ମିଠା ଯଥା କ୍ଷୀର, ପନିର, ବର୍ଫି, ମିଲ୍‌କ କେକ୍‌, ରସଗୋଲା, ଇମର୍ତ୍ତି, ସୋନପାମ୍ପୁଡି ଇତ୍ୟାଦି ମଧ୍ୟରୁ ପେଡା ନିମ୍ନମାନର ଥିବା ଜଣାଯାଇଛି। ଅଧିକାଂଶ ମିଠା ଏଫଏସଏସ୍‌ଏଆଇର ମାନ ଅନୁଯାୟୀ ହୋଇଥିବାବେଳେ ‘ପେଡା’ ଧାର୍ଯ୍ୟ ମାନ ପୂରଣ କରୁ ନଥିବା ଜଣାପଡିଛି। ଫଳରେ ପେଡାର ବିଭିନ୍ନ ନମୁନାକୁ ପରୀକ୍ଷା ନିମନ୍ତେ ଲକ୍ଷ୍ନୌସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ଉତ୍ତରପ୍ରଦେଶ ଖାଦ୍ୟ ନିରାପତ୍ତା ଏବଂ ମାଦକଦ୍ରବ୍ୟ ପ୍ରଶାସନ (ଏଫଏସ୍‌ଡିଏ) କହିଛି ଯେ ମଥୁରା, ବୃନ୍ଦାବନ ଓ ଏହାର ଆଖପାଖ ୧୫ଟି ମିଠା ଦୋକାନରୁ ୪୩ଟି ମିଠାର ନମୁନାକୁ ପରୀକ୍ଷା କରାଯାଇଥିଲା। ଏଫଏସ୍‌ଡିଏର ଅତିରିକ୍ତ କମିସନର ଧୀରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ରବି ଓ ସୋମବାର ବିଭିନ୍ନ ପ୍ରକାର ମିଠାର ନମୁନା ପରୀକ୍ଷା କରାଯାଇଥିବାବେଳେ ୪୨ଟି ମିଠାର ନମୁନା ଠିକ୍ ଥିବା ଜଣାପଡିଥିଲା। ମାତ୍ର ପେଡାର ନମୁନାରେ ତ୍ରୁଟି ଥିବା ଜଣାପଡିବାରୁ ଏହାକୁ ଅଧିକ ପରୀକ୍ଷା ନିମନ୍ତେ ଲକ୍ଷ୍ନୌ ପଠାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୩ ଓ ୨୪ରେ ରାଜସ୍ଥାନ ସରକାର ବିଭିନ୍ନ ମନ୍ଦିରରେ ପ୍ରସାଦ ଆକାରରେ ଭକ୍ତଙ୍କୁ ଦିଆଯାଉଥିବା ଭୋଗର ମାନ ଯାଞ୍ଚ କରିଥିଲେ। ତିରୁପତି ଲଡୁ ବିବାଦ ପରେ କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ମନ୍ଦିରରେ ତିଆରି ପ୍ରସାଦକୁ ନନ୍ଦୀନି ଘିଅରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories