www.samajalive.in
Tuesday, December 9, 2025
17.1 C
Bhubaneswar

ଦେଢବର୍ଷର ଝିଅକୁ ଧରି ଡ୍ୟୁଟି କରୁଛନ୍ତି ମହିଳା ପୁଲିସ ଅଧିକାରୀ

ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳା ପୁଲିସ ଅଧିକାରୀ ନିଜର ଦେଢବର୍ଷର ଝିଅକୁ ଧରି ଡ୍ୟୁଟି କରୁଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବାରେ ଲାଗିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ନିକଟରେ ଅଲିରାଜପୁର ଗସ୍ତ ଅବସରରେ ତାଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବା ହେଲିପ୍ୟାଡରେ ଏହି ମହିଳା ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ତେବେ ସେ ନିଜର ଦେଢବର୍ଷର ଝିଅକୁ ଧରି ଡ୍ୟୁଟିକୁ ଆସିଥିଲେ । ଏହି ମହିଳା ଅଧିକାରୀ ମୋନିକା ସିଂ ମଧ୍ୟପ୍ରଦେଶର ଧର ଜିଲାରେ ଜଣେ ଡିଏସପି ଭାବରେ ନିଯୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଗସ୍ତରେ ଆସି ଅଲିରାଜପୁରେ ପହଞ୍ଚିବା ପରେ ଏଭଳି ଜଣେ ଦାୟିତ୍ୱନିଷ୍ଠ ମହିଳା ପୁଲିସ ଅଧିକାରୀଙ୍କୁ ଦେଖି ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ଝିଅକୁ ଆଶୀର୍ବାଦ କରିଥିଲେ ।
ମୋନିକା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତାଙ୍କର ଡ୍ୟୁଟି ପକାଯାଇଥିବାରୁ ସେ ଘର ଛାଡି ଦୁଇଦିନ ବାହାରେ ରହିବାର ଥିଲା । ସେ ମଙ୍ଗଳବାର ସକାଳେ ଡ୍ୟୁଟି ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କ ଝିଅ ନିଦରୁ ଉଠି ତାଙ୍କ ସହିତ ଯିବାକୁ ଜିଦ୍‍ ଧରି କାନ୍ଦିଥିଲା । ଅନ୍ୟ ଉପାୟ ନପାଇ ସେ ଝିଅକୁ ସାଙ୍ଗରେ ନେଇଆସିଥିଲେ । ତାଙ୍କର ଏଭଳି କର୍ତ୍ତବ୍ୟପରାୟଣତାକୁ ଅନେକ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ଏକ ଛୋଟ ଝିଅକୁ ଧରି ଜଣେ ମହିଳା ପୁଲିସ ଅଧିକାରୀ ଖରାରେ ଡ୍ୟୁଟି କରୁଥିବା ସରକାର ଦେଖିବା ସତ୍ତ୍ୱେ ତାଙ୍କୁ ସେଥିରୁ ବିରତ ନକରିବା ବିଷୟକୁ ଆଉ କେତେକ ସମାଲୋଚନା କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories