www.samajalive.in
Sunday, December 7, 2025
23.1 C
Bhubaneswar

ଘାରିଛି ସେବା କରିବାର ନିଶା; ଆଦର୍ଶ ପଞ୍ଚାୟତ ତାଙ୍କରି ଆଶା

ଲଡୁଗାଁ : ପଞ୍ଚାୟତ କାର୍ଯ୍ୟାଳୟ ଗଠନକୁ ନେଇ ତୁନଗାଁ ଓ କନ୍ଦାବୁଟୁରା ବିବାଦ ଲାଗିରହିଥିଲା। ଏହି ବିବାଦୀୟ ମାମଲା ଯାଇ ଅଦାଲତରେ ବିଚାରାଧୀନ ଅବସ୍ଥାରେ ରହିଛି। ବିବାଦୀୟ ପଞ୍ଚାୟତ ଯୋଗୁଁ ଜନସାଧାରଣଙ୍କର ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ଚିଠି ନଂ ୨୨୫ ଅନୁଯାୟୀ, କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କୁ କନ୍ଦାବୁଟୁରା ସରପଞ୍ଚ ଭାବେ ମନୋନୀତ କରାଯାଇଛି । ଯୋଗଦେବା ପରେ ଲୋକମାନଙ୍କ ନିକଟତର ହୋଇ ସମସ୍ତଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ତେବେ ଲୋକମାନେ ଦୀପକଙ୍କୁ ଭତ୍ତା, ପରିମଳ ବ୍ୟବସ୍ଥା, ଦିବ୍ୟାଙ୍ଗମାନଙ୍କ ପାଇଁ ଆବଶ୍ୟକୀୟ ଉପକରଣ ତଥା ପାନୀୟ ଜଳ ଜନିତ ସମସ୍ୟା ଦାବିଗୁଡିକ ଉପସ୍ଥାପନ କରିଥିଲେ। ଏନେଇ ତତ୍ପରତା ପ୍ରକାଶ କରି ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଅଧୀନରେ ଥିବା ନଳକୂପଗୁଡିକର ପାଣି ଟିଡିଏସ୍ ମାନ ପରୀକ୍ଷଣ କରାଯାଇଛି। କରାଯିବା ପରେ ତୁନଗାଁର ପାଞ୍ଚଗୋଟି ନଳକୂପରୁ ଦୁଇଟି ନଳକୂପର ପାଣି ପିଇବା ଉପଯୋଗୀ ବୋଲି ଜଣାପଡିଛି। ଏନେଇ ଲୋକମାନଙ୍କୁ ଅବଗତ କରାଇ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ସେନେଇ ଖୁବଶୀଘ୍ର ସୁବିଧା ଉପଲବ୍ଧ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡ୍ରେନ୍‌ଗୁଡ଼ିକ ସଫା କରାଇବା ସହ ତୁନଗାଁର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରହଲ୍ଲାଦ ଶବରଙ୍କୁ ହ୍ବିଲ ଚେୟାର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ମନରେଗା ଯୋଜନାରେ ଏକ ଖେଳ ପଡିଆ ଓ ରୁରାଲ ପାର୍କ ପାଇଁ ଜାଗା ଚିହ୍ନଟ କରିବା ନିମନ୍ତେ ବିଡିଓଙ୍କ ଜରିଆରେ ତହସିଲଦାରଙ୍କୁ ଜଣାଇଛନ୍ତି। ଜନସାଧାରଣ ଏବେ ତାଙ୍କ ଆଶା ପୂରଣ ହେଉଥିବା ଦେଖି ଖୁସି ବ୍ୟକ୍ତ କରୁଥିବା ବେଳେ ବେଶ୍ ଚର୍ଚ୍ଚାରେ ଅଛନ୍ତି କନ୍ଦାବୁଟୁରା ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories