www.samajalive.in
Sunday, December 7, 2025
26.1 C
Bhubaneswar

ଭେଣ୍ଡି ପାଣି ଦେବ ଅନେକ ରୋଗରୁ ମୁକ୍ତି

ଭେଣ୍ଡି ଏକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପୋଯୋଗୀ ପରିବା। ଯେଉଁମାନେ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତି, ସେମାନେ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ଏଥିରେ ବହୁତ ଖଣିଜ ତତ୍ତ୍ୱ ଭରି ରହିଥାଏ ଯାହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଯଦି ଆପଣ ନିଜ ଶରୀରକୁ ବହୁ ରୋଗରୁ ଦୂରେଇ ରଖିବା ପାଇଁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ୍‍ ଭେଣ୍ଡି ପାଣି ପିଇବା ଆରମ୍ଭ କରନ୍ତୁ। ଏହା ଏକ ଆୟୁର୍ବେଦିକ ଚିକିତ୍ସା ଯାହାକୁ ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ବଡ଼ ବଡ଼ ରୋଗରୁ ମୁକ୍ତି ପାଇବା ପାଇଁ ଆପଣା ଯାଇଥାଏ। ନିୟମିତ ଭେଣ୍ଡି ପକାଯାଇଥିବା ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ, ଚାଲନ୍ତୁ ଜାଣିବା ସେ ବିଷୟରେ –

ଏହିଭଳି ପ୍ରସ୍ତୁତ କରନ୍ତୁ ଭେଣ୍ଡି ପାଣି :

- Advertisement -

୨ଟି ସତେଜ ଭେଣ୍ଡି ନେଇ ତା’ର ମୁଣ୍ଡିକୁ କାଟି ଦଅନ୍ତୁ। ତା’ପରେ ଭେଣ୍ଡିକୁ ମଝିରୁ ଦୁଇ ଖଣ୍ଡ କରି କାଟି ଦେଇ ଏକ କପ୍‍ ପାଣିରେ ପକାଇ ରଖନ୍ତୁ। ରାତି ସାରା ଭେଣ୍ଡିକୁ ପାଣିରେ ସେହିଭଳି ପକାଇ ରଖନ୍ତୁ ଓ ସକାଳୁ କପରୁ ଭେଣ୍ଡିକୁ ବାହାର କରି ସେହି ପାଣିରେ ଆଉ କିଛି ପାଣି ମିଶାଇ ଖାଲି ପେଟରେ ପିଅନ୍ତୁ।

ଭେଣ୍ଡି ପାଣି ପିଇବାର ଉପକାରିତା :

୧. ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରିତ ରଖେ –

ବହୁତ କମ୍‍ ଲୋକ ଏ ବିଷୟରେ ଜାଣନ୍ତି ଯେ, ମଧୁମେହ ରୋଗୀ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖାଲି ପେଟରେ ଭେଣ୍ଡି ପାଣି ପିଇବା ଦ୍ୱାରା ଗୋଟିଏ ମାସ ମଧ୍ୟରେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ
ହୋଇଥାଏ।

୨. ରକ୍ତହୀନତା ଦୂର କରେ –

ଶରୀରରେ ହିମୋଗ୍ଲୋବିନର ମାତ୍ରା କମି ଯାଇଥିଲେ ପ୍ରତିଦିନ ଗୋଟିଏ ଗ୍ଲାସ ଭେଣ୍ଡି ପାଣି ପିଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକାର ମାତ୍ରା ବଢିଯାଇଥାଏ। ଏହାଦ୍ୱାରା ରକ୍ତର ସ୍ତର ମଧ୍ୟ ଠିକ୍‍ ରହିଥାଏ।

୩. ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ –

ଭେଣ୍ଡି ପାଣିକୁ ଦୈନିକ ପିଇବା ଦ୍ୱାରା ଦୃଷ୍ଟଶକ୍ତି ବୃଦ୍ଧି ପାଇଥାଏ, କାରଣ ଭେଣ୍ଡିରେ ଭିଟାମିନ୍‍-ଏ ପ୍ରଚୁର ପରିମାଣରେ ଥାଏ। ଏହି ତତ୍ତ୍ୱ ପାଣି ଜରିଆରେ ଶରୀରରକୁ ଯାଇଥାଏ ଯଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ।

୪. କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ –

ଯେଉଁ ଲୋକମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନେ ପ୍ରତିଦିନ ଖାଲି ପେଟରେ ଭେଣ୍ଡି ପାଣି ପିଇଲେ କିମ୍ବା ଭେଣ୍ଡିକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories