www.samajalive.in
Sunday, December 7, 2025
13.1 C
Bhubaneswar

ଲଦାଖ ସୀମାରେ ଚୀନର ଉପଗ୍ରହ ଟ୍ରାକିଂ ଷ୍ଟେସନ

ନୂଆଦିଲ୍ଲୀ : ଲଦାଖ ସୀମାନ୍ତରେ ଉପଗ୍ରହର ଗତିବିଧି ଲକ୍ଷ୍ୟ ପାଇଁ ‘ସାଟେଲାଇଟ୍‌ ଟ୍ରାକିଂ ଷ୍ଟେସନ’ ପ୍ରତିଷ୍ଠା କରିଥିବା ସୂଚନା ମିଳିଛି। ଏଙ୍ଗାରିଠାରେ ଏହି ଷ୍ଟେସନ ପ୍ରତିଷ୍ଠା କରାଯାଇଛି। ଏହା ମାଧ୍ୟମରେ ଚୀନ ଭାରତୀୟ ମହାକାଶ କାର୍ଯ୍ୟକଳାପକୁ ଅତି ନିକଟରୁ ଅନୁଧ୍ୟାନ ତଥା ନିୟନ୍ତ୍ରଣ କରିପାରୁଛି। ଗତ ୬ମାସର ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କରାଯିବା ପରେ ଭାରତକୁ ଏହି ସୂଚନା ମିଳିଛି। ପୂର୍ବ ଲଦାଖର ଡେମ୍‌ଚକ ନିକଟ ଏଲଏସିଠାରୁ ଏହି ଷ୍ଟେସନ ମାତ୍ର ୬୦କିଲୋମିଟର ଦୂରରେ ଅବସ୍ଥିତ। ଚୀନ ଏହାକୁ କ୍ରମଶଃ ପରିବର୍ଦ୍ଧନ କରିବାରେ ଲାଗିଥିବା ଜଣାପଡ଼ିଛି। ବୌଦ୍ଧ ନିର୍ମାଣ ଶୈଳୀ ‘କାଳଚକ୍ର’ ଆକାରରେ ଏହି ଷ୍ଟେସନକୁ ପରିବ୍ୟାପ୍ତ କରାଯାଉଛି; ଯାହାଦ୍ବାରା ଏହାକୁ ଯେ କେହି ସନ୍ଦେହ କରିବା ପରିବର୍ତ୍ତେ ଧାର୍ମିକ ସ୍ଥଳ ଭାବେ ବିଚାର କରିବ।
ଭାରତ ଓ ଚୀନ ମଧ୍ୟରେ ସମ୍ପ୍ରତି ବୈଷୟିକ ଯୁଦ୍ଧ ଜୋର୍‌ ଧରିଥିବାବେଳେ ଉପଗ୍ରହ ମାଧ୍ୟମରେ ଭାରତ ଚୀନର ଅ​ନେକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିପାରୁଛି। ମାନବ ଉପସ୍ଥିତି ବିନା ଉପଗ୍ରହ ଜ୍ଞାନକୌଶଳ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି। ଚୀନ ମଧ୍ୟ ଏହି ପ୍ରତିଯୋଗିତା​‌େ​ର ବେଶ୍‌ ଅାଗରେ ରହିଛି। ସୂଚନାନୁଯାୟୀ, ୨୦୧୩ରେ ଚୀନର ଏଙ୍ଗାରୀ ସହରଠାରୁ ୨୦କିମି ଦକ୍ଷିଣ-ପଶ୍ଚିମରେ ସମୁଦ୍ର ପତ୍ତନରୁ ପ୍ରାୟ ୫୧୦୦ମିଟର ଉଚ୍ଚତାରେ ଏହି ଗମ୍ବୁଜାକାର ଉପଗ୍ରହ ଅନୁଧ୍ୟାନ କେନ୍ଦ୍ର ସ୍ଥାପନ କରାଯାଇଥିଲା ଓ ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏବେ ମଧ୍ୟ ଏହାର ବିକାଶ କାର୍ଯ୍ୟ ଜାରି ରହିଛି। ଏଥିରେ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ଯାଉଥିବା ଜଣାପଡ଼ିଛି। ଏଠାରେ ଲେଜର୍‌ କମାଣ ମଧ୍ୟ ମୁତୟନ ହୋଇଛି। ଢ଼ାଲୁ କୋଠାରେ ଏଭଳି ତିନିଟି କମାଣ ରହିଥିବା ଦେଖାଯାଉଛି। କେନ୍ଦ୍ରର ଶକ୍ତିଶାଳୀ ଘୂର୍ଣ୍ଣାୟମାନ ଆଣ୍ଟେନା ଭାରତର ଶ୍ରୀହରିପୋଟା ଉପଗ୍ରହ ନିକ୍ଷେପଣ କେନ୍ଦ୍ର ଦିଗକୁ ମୁହଁ କରି ରହିଛି। ଏହା ଏଭଳି ଭାବେ ରହିଛି; ଯେମିତି ୫୦୦ରୁ ୧୪୦୦କିମି ଦୂର ମଧ୍ୟସ୍ଥ ଚିତ୍ର ଓ ତଥ୍ୟ ଫୋଟନ ଟେଲିପୋର୍ଟେସନ୍‌ ମାଧ୍ୟମରେ ହାସଲ କରିପାରିବ। ଆଧୁନିକୀକରଣ ଦ୍ବାରା ଭାରତୀୟ ଉପଗ୍ରହ କେଉଁଠି ରହିଛି ତାହାକୁ ଉକ୍ତ କେନ୍ଦ୍ର ସଠିକ ଠାବ କରିପାରିବ। ଏହାର ରଙ୍ଗ ଏଭଳି କରାଯାଇଛି ଯେ ଅନ୍ୟ ଉପଗ୍ରହ ହଠାତ୍‌ ଏହାର ଚିତ୍ର ଉତ୍ତୋଳନ କରିବାକୁ ସକ୍ଷମ ହେବ ନାହିଁ।
ଡୋକଲାମ ବିବାଦ ପରେ ୨୦୧୭ରୁ ଚୀନ ଏହି କୌଶଳକୁ ଅଧିକ କ୍ଷୀପ୍ର କରିଥିବା ଜଣାପଡ଼ିଥିଲା; ଯେତେବେଳେ ଭାରତ ପକ୍ଷରୁ ଉପଗ୍ରହ ଅନୁଧ୍ୟାନ ବ୍ୟବସ୍ଥା ତଦାରଖ ପାଇଁ ଭାରତର ପ୍ରସ୍ତାବରେ ଚୀନ ରାଜି ହୋଇ ନ ଥିଲା। ଏହା ପୂର୍ବରୁ ଚୀନ ବେଜିଂ, ସାଙ୍ଘାଇ, ଉହାନ, କୁନମିଙ୍ଗ ଭଳି ବଡ଼ ସହରରେ ଏଭଳି ପୂର୍ଣ୍ଣାଙ୍ଗ ମହାକାଶ ଟ୍ରାକିଂ ନେଟୱାର୍କ କାର୍ଯ୍ୟକାରୀ କରିଛି। ବିଦେଶ ମାଟରେ ଆର୍ଜେଣ୍ଟିନା, ନାମ୍ିବିଆ ଓ କରାଚୀରେ ମଧ୍ୟ ଏଭଳି ଷ୍ଟେସନ ପ୍ରତିଷ୍ଠା କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories