www.samajalive.in
Saturday, December 6, 2025
14.1 C
Bhubaneswar

ଆମେରିକା ଉପରେ ପ୍ରତିଶୋଧ ନେବାକୁ ଲାଡେନଙ୍କ ପୁଅର ଧମକ

ୱାଶିଂଟନ: ଆମେରିକା ଉପରେ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି ଓସାମା ବିନ୍‌ ଲାଡେନଙ୍କ ପୁଅ ହାଜମା ବିନ୍‌‌ ଲାଡେନ। ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେ ଆମେରିକା ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଆମେରିକା ଏବେ ହାଜମାଙ୍କୁ ଖୋଜିବାରେ ଲାଗି ପଡ଼ିଛି। ହାଜମାଙ୍କ ଠିକଣାଦାତାଙ୍କ ପାଇଁ ଆମେରିକା ୭୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ପୁରସ୍କାର ଘୋଷଣା କରିବା ଅବସରରେ କହିଛି ଯେ, ହାଜମା ଆମେରିକା ଏବଂ ତା’ର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏ ନେଇ ସେ ଧମକ ଦେଇଛନ୍ତି।

- Advertisement -

ଆମେରିକା ତାଙ୍କ ବାପା ଓସାମାଙ୍କୁ ପାକିସ୍ତାନର ଆବୋଟାବାଦରେ ହତ୍ୟା କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ତେବେ ହାଜମା କିଛିଦିନ ତଳେ ବିବାହ କରିଛନ୍ତି। ଆମେରିକାସ୍ଥିତ ବିଶ୍ଵ ବାଣିଜ୍ୟ କେନ୍ଦ୍ରରେ ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଏଦା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପାଇଁ ବିମାନ ହାଇଜ୍ୟାକ କରିଥିବା ମହମ୍ମଦ ଅଟ୍ଟାଙ୍କ ଝିଅକୁ ଓସାମାଙ୍କ ପୁଅ ହାଜମା ବିବାହ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories