www.samajalive.in
Saturday, December 6, 2025
14.1 C
Bhubaneswar

କୌଣସି ସ୍ଥାନକୁ ଯାତ୍ରା କରିବା ବେଳେ ଅପଶବ୍ଦର ବ୍ୟବହାର ବର୍ଜନୀୟ

ଯେତେବେଳେ ଆପଣ ଘରୁ ବାହାରି କୌଣସି ସ୍ଥାନକୁ ଯାତ୍ରା କରନ୍ତି ସେତେବେଳେ ଆପଣଙ୍କୁ ଶୁଭକାମନା ଜଣାଯାଇଥାଏ। କୁହାଯାଇଥାଏ ଯେ, ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ ଓ ରାସ୍ତାରେ କୌଣସି ଅସୁବିଧା ନ ହେଉ। ବେଳେବେଳେ ଗୁରୁଜନମାନେ ଆପଣଙ୍କୁ କିଛି ଉତ୍ତମ କଥା କହିଥାଆନ୍ତି। ତାହାକୁ ସର୍ବଦା ମାନିବା ଉଚିତ। କୌଣସି ଶୁଭ କାର୍ଯ୍ୟ ପାଇଁ ଘରୁ ବାହାରି ଯିବା ବେଳେ କିଛି ମିଠା କିମ୍ବା ଦହି ଖାଇ ଯିବା ଉଚିତ। ମିଠା ଖାଇ ଯିବା ବେଳେ ପାଣି ପିଇବା ଉଚିତ। ଏହା ପଛରେ ଏକ କାରଣ ରହିଛି। ଆପଣ ଘରୁ ମିଠା ଖାଇ ଯିବା ବେଳେ କିଛି ନକରାତ୍ମକ ଶକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହୋଇଯାଆନ୍ତି। ଏପରି କିଛି କଥା ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହିପରି କିଛି ଛୋଟ ଛୋଟ କଥା ଧ୍ୟାନରେ ରଖିବା ଉଚିତ।

ସେହି କଥା ଗୁଡିକୁ ମାନିବା ଦ୍ବାରା ଆପଣଙ୍କ ଯାତ୍ରା ସୁଖଦ ଓ ସଫଳ ହୋଇଥାଏ। ସର୍ବଦା ଘରୁ ବାହାରି ଯାଉଥିବା ବେଳେ କାହା ସହ ଝଗଡା କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଅସୁବିଧା ହୋଇପାରେ।

- Advertisement -

କୁହାଯାଇଛି ଯେ, କୌଣସି ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ଯିବା ବେଳେ କେବେ ବି ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ। ଘରୁ ବାହାରି ଗଲା ବେଳେ ସର୍ବଦା ଶୁଭ, ପବିତ୍ର ଓ ମଙ୍ଗଳକାରୀ ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଏହାସହ କୌଣସି ନଦୀ, ପବନ, ପର୍ବତ, ଅଗ୍ନି ଓ ପୃଥିବୀ ବିଷୟରେ ଅପଶବ୍ଦ କୁହନ୍ତୁ ନାହିଁ। ଏହା ଭଗବାନଙ୍କର ପ୍ରାକୃତିକ ରୂପ ଅଟେ। ଏହାକୁ ନେଇ ଅପଶବ୍ଦ ବ୍ୟବହାର କରିବା ଆମ ପାଇଁ ହାନିକାରକ ହୋଇଥାଏ। ଏହାଦ୍ବାରା ଯାତ୍ରା ଅସଫଳ ହେବା, ଦୁର୍ଘଟଣାର ଶିକାର ହେବା ପରି ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ। ସର୍ବଦା ସମସ୍ତ ପ୍ରାକୃତିକ ସମ୍ପତ୍ତିର ସମ୍ମାନ କରିବା ଉଚିତ। ଏହାର ଅପମାନ କରିବା ଦ୍ବାରା ସୃଷ୍ଟିର ମଧ୍ୟ ଅପମାନ ହୋଇଥାଏ। ଏହି କାରଣରୁ ଜୀବନରେ ଆର୍ଥିକ ସମସ୍ୟା ହୋଇଥାଏ।

ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ଦ୍ବାରା ଜୀବନରେ କେବେ ବି କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ। ଯଦି ଆପଣ ରାସ୍ତାରେ ଗଲା ବେଳେ ବିଲେଇ ରାସ୍ତା କାଟେ ତେବେ କିଛି ସମୟ ରହିବା ଦ୍ବାରା ସଙ୍କଟ ଦୂର ହୋଇଥାଏ। ଘରୁ ବାହାରିଲା ବେଳେ ଯଦି ଛିଙ୍କ ହୁଏ ତେବେ କିଛି ସମୟ ଅଟକି ପାଣି ପିଇ ଯାଆନ୍ତୁ। ଏପରି କରିବା ଦ୍ବାରା ଆସିବାକୁ ଥିବା ଖରାପ ଘଟଣା ଦୂରେଇ ଯାଏ।

ସର୍ବଦା ରାତ୍ର କାଳରେ କର୍ପୂର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ବାରା ପ୍ରାକୃତିକ ଓ ଅପ୍ରାକୃତିକ ଦୁର୍ଘଟଣା ଠାରୁ ରକ୍ଷା ପାଇବା। ହନୁମାନଙ୍କ ମନ୍ଦିର ଯାଇ ମଙ୍ଗଳବାର ଦିନ ସିନ୍ଦୂର ଚଢାଇବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories