www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସ ହାବୁଡରେ ଶ୍ରମିକ ବସ, ଫେରାର ହେଲେ ଶ୍ରମିକ

ଟିଟିଲାଗଡ଼: ଆସିଲେ ଟେଷ୍ଟ ହେଲେ ଆଉ ଚାଲିଗଲେ। ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ଏଭଳି କଥା ମାନ ସମ୍ପ୍ରତି ଟିଟିଲାଗଡ ଉପଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁର୍ବରୁ ଟ୍ରେନରେ ଚାଲାଣ ହେଉ ଥିବା ଶ୍ରମିକ ରେଳ ଚଳାଚଳ ବନ୍ଦ ନେଇ ଏବେ ଶ୍ରମିକ ଦଲାଲ ବସର ସହାୟତା ନେଉଛନ୍ତି। ଏନେଇ ପ୍ରତିଦିନ ଅନ୍ୟ ରାଜ୍ୟ ଗୁଡିକରୁ ବହୁ ସଂଖ୍ୟାରେ ବସ ଆସି ଶ୍ରମିକ ପରିବାରଙ୍କୁ ନେଇ ଯାଉଛନ୍ତି। ମୋଟା ଅଗ୍ରିମ ଦେଇ ଶ୍ରମିକ ପରିବାରଙ୍କୁ ପୁର୍ବ ଭଳି ଚାଲାଣ ଜୋରଦାର ହୋଇଛି। ବିଶେଷ କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟ ଅଂଚଳକୁ ଶ୍ରମିକ ଚାଳାଣ ହେଉଥିବା ଜଣାଯାଇଛି। ବହୁ ପୁର୍ବରୁ ଏଭଳି ଚାଳାଣ ଜୋରଦାର ହୋଇଥିବା ବେଳେ ନୁଆଖାଇ ପର୍ବ ପରେ ଆହୁରି ଜୋରଦାର ହୋଇଥିବା ଆଲୋଚନାର ବିଷୟ ହୋଇଛି। ଏପରିପ୍ରେକ୍ଷୀରେ ଆଜି ସତ୍ୟାସୁର୍ୟ୍ୟ ନାମକ ଏପିଆଇଜି ଟିଡବ୍ଲୁ ୨୦୦୪ ନମ୍ବର ବିଶିଷ୍ଟ ବସ ଟିଟିଲାଗଡ ବ୍ଲକ ଅଂଚଳର ବାନ୍ଧୁପଲା, ଦେସିଲ, ବିଜେପୁର, ଗୁଖୃଙ୍ଗ ଆଦି କିଛି ଗ୍ରାମରୁ ଶ୍ରମିକ ସଂଗ୍ରହ କରି ଜାତୀୟ ରାଜପଥ ୫୯ରେ ଟିଟିଲାଗଡ ବେଲଗାଁ ରାସ୍ତାରେ ଯାଉଥିବା ବେଳେ ଟିଟିଲାଗଡ ପୁଲିସ କୌଣସି ସୁତ୍ରରୁ ଖବର ପାଇ ଚଢଉ କରିଥିବା ଜଣାଯାଇଛି। ଏନେଇ ବସରୁ ଶ୍ରମିକ ଫେରାର ମାରିଥିବା ବେଳେ ପୁଲିସ ବସଟିକୁ ଥାନାକୁ ନଆଣି ଆଭ୍ୟନ୍ତରୀନ ପର୍ସୁକୁନା ଗ୍ରାମରେ ରଖି ଏହାର ଚାଳକ, ଶ୍ରମିକ ଦଲାଲଙ୍କୁ ଟିଟିଲାଗଡ ଥାନାକୁ ନେଇଆସିଥିବା ଆଲୋଚନା ହୋଇଛି। ଏସମ୍ପର୍କରେ ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ବସର କାଗଜପତ୍ର ଠିକ ଥିବା ନେଇ ଛାଡିଦେଇଥିବା କହିଛନ୍ତି। ସୁଚନା ଯେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କର୍ମ ନିଯୁକ୍ତି ପାଇଁ ଯିବାଆସିବା ବାରଣ କରିବା ସଂକ୍ରାନ୍ତରେ ସେଭଳି କୌଣସି ଧରାବନ୍ଧା ନିୟମ ନାହିଁ। ତେବେ କରୋନା ମହାମାରି ପ୍ରାରମ୍ଭରେ ହାହାକାର ପ୍ରକାଶ ପାଇ ଶ୍ରମିକ ପରିବାରଙ୍କୁ ସରକାର ମାସ ମାସ ଧରି ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲେ। ଏପରିକି ଶ୍ରମିକ ପରିବାରଙ୍କୁ ଆଣିବାରେ ବିଲମ୍ବ ନେଇ ସରକାର ସମାଲୋଚନାର ଶିକାର ହୋଇଥିଲା। ଅନେକ ଶ୍ରମିକ ପରିବାର କରୋନା ମହାମାରି ସଟଡାଉନ, ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜରାସ୍ତାରେ ପଦଯାତ୍ରାରେ ଛୋଟ ଛୋଟ ପୁଅ ଝିଅଙ୍କୁ ଧରି ନିଜ ଗ୍ରାମ ଅଭିମୁଖେ ଫେରିବା ନେଇ ସରକାରଙ୍କୁ କଡା ସମାଲୋଚନାର ଶିକାର ହୋଇବାକୁ ପଡିଥିଲା। ଶ୍ରମିକ ପରିବାରଙ୍କୁ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖି ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କଲେ। ଏପରିପ୍ରେକ୍ଷୀରେ ପୁଣି ଶ୍ରମିକ ପରିବାର ଅନ୍ୟ ରାଜ୍ୟକୁ ଖଟଣି ପାଇଁ ଛୁଟି ଚାଲିଥିବା ବେଳେ ସରକାର ସେମାନଙ୍କ ଯାତ୍ରା ବିବରଣି ନେଇ ସଠିକ ତଥ୍ୟ ନିଜ ପାଖରେ ରଖିବା ନିତାନ୍ତ ଆବଶ୍ୟକତା ହୋଇପଡିଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏନେଇ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories