‘ଲାଲ୍‍ କପ୍ତାନ’ ଟ୍ରେଲର: ଚମକାଇ ଦେବ ସୈଫ୍‍ଙ୍କ ଉଗ୍ର ଅବତାର

ମୁମ୍ବଇ : ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସୈଫ ନାଗା ସାଧୁ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କର ଦମ୍‍ଦାର୍‍ ରୂପ ଦେଖିବାକୁ ମିଳିଛି ଓ ସେ ଖୁବ୍‍ ହିଂସ୍ର ଲାଗୁଛନ୍ତି। ଟ୍ରେଲରରୁ ଜଣାପଡ଼ୁଛି, ଚଳଚ୍ଚିତ୍ରରେ ପ୍ରତିଶୋଧର ଏକ ଯାତ୍ରା ଦେଖିବାକୁ ମିଳିବ। ଏଥିରେ ସୈଫ୍‍ ଲୋକଙ୍କୁ ମାରି ଘୋଡ଼ାରେ ଘୋଷାରୀ ଘୋଷାରୀ ନେଉଥିବା ଦେଖିବାକୁ ମିଳିଛି। ଟ୍ରେଲରରେ ସୋନାକ୍ଷୀ ସିହ୍ନାଙ୍କ କଣ୍ଠ ସ୍ୱର ମଧ୍ୟ ଶୁଣିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳୁଛି। ଏହାସହିତ ସୈଫଙ୍କ ଲୁକ୍‍ ଓ ଅଭିନୟକୁ ମଧ୍ୟ ଲୋକେ ପସନ୍ଦ କରୁଥିବା ଜଣାପଡ଼ିଛି।
ଆନନ୍ଦ ଏଲ୍‍ ରୟଙ୍କ ପ୍ରଯୋଜିତ ଓ ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରେ ମୁକ୍ତିଲାଭ କରିବ। ସୈଫ୍‍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନାକ୍ଷୀଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ।

Comments are closed.