କୁଶପଙ୍ଗି ପଞ୍ଚାୟତରେ ବନ ମହୋତ୍ସବ
ବାଙ୍କୀ : କୁଶପଙ୍ଗି ପଞ୍ଚାୟତରେ ସୋମବାର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ତଥା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଅତିଥି ଓ କୁଶପଙ୍ଗି ପଞ୍ଚାୟତର ସରପଞ୍ଚ ଏବଂ ସହଯୋଗୀ ଯୁବକ ମାନେ ଏକାଠି ହୋଇ ବୃକ୍ଷ ଚାରା ରୋପଣ କରିଛନ୍ତି । ସୂଚନା ଅନୁଯାୟୀ କୁଶପଙ୍ଗି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡା ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ବେଉରା, ବାଙ୍କୀ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାଷ ପାଢୀ, ସ୍ଥାନୀୟ ସରପଞ୍ଚ ଇଂ. ନରେଶ କୁମାର ବେଉରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ ପରି ଏକ ମହତ କାର୍ଯ୍ୟରେ ଯୋଗଦାନ କରି ସବୁଜ ସୁରକ୍ଷା ପାଇଁ ଯୁବ ଶକ୍ତି ସକ୍ରୀୟ ହେବା ଏବଂ ବୃକ୍ଷର ଯତ୍ନ ପ୍ରତି ସମସ୍ତଙ୍କର ଆଦର ବଢିବା ପାଇଁ ଆହ୍ୱାନ ଦେଇଛନ୍ତି । ସମାଜସେବୀ ଅଜୟ କୁମାର ସ୍ୱାଇଁଙ୍କ ସମେତ ଗ୍ରାମର ଉତ୍ସାହୀ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ଅନୁରୂପ ଭାବରେ ଆଜି ମଧ୍ୟ ଏହି ବିଦ୍ୟାଳୟରେ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ନରେଶ କୁମାର ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ ସୁରେନ୍ଦ୍ରନାଥ ତ୍ରିପାଠୀ,ସମ୍ମାନୀତ ଅତିଥି ବନାଞ୍ଚଳ ଅଧିକାରୀ ବିରାଜ ଦାସ,ବନପାଳ ରାଜକୁମାର ସେଠୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଓ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.