www.samajalive.in
Monday, December 8, 2025
14.1 C
Bhubaneswar

କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ; ପ୍ରଭାବିତ ହେବେ ୫୦ ହଜାର ଲୋକ

ଗୋପ: କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ । ୭ଟି ପଞ୍ଚାୟତ ହେବ ଜଳମଗ୍ନ। ଫଳରେ ପ୍ରଭାବିତ ହେବେ ୫୦ ହଜାର ଜନସାଧାରଣ । ଘାଇଟି କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ଜଳ ସମ୍ପଦ ବିଭାଗ ଅବହେଳା କାରଣରୁ ଘାଇ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କୁଶଭଦ୍ରା ନଦୀବନ୍ଧ ସୁଦୃଢ଼ କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି ନଦୀରେ ଥିବା କଲଭର୍ଟଗୁଡିକ ମରାମତି ନହେବାରୁ ଘାଇ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମଳିଆତୁଠ, ସୁଜାନଗର, ପାଇକସହି, ଗୋପ ବଣିଆ ସାହି ଆଦି ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଘାଇ ନିକଟରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ଜିଲାପାଳ ସମର୍ଥ ବର୍ମା, ଏସପି ବିଶାଳ କନୱାର ସିଂ, ବିଡିଓ ଦୀପ୍ତିରଣୀ ଦାସ, ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି, ଜିଲାପରିଷଦ, ସଭ୍ୟ ଧର୍ମେନ୍ଦ୍ର ସାହୁ, ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ପ୍ରମୁଖ ପହଞ୍ଚି ତଦାରଖ କରି ଫେରିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ଉଦ୍ଧାର କାର୍ଯ୍ୟ ଜରିରହିଛି । ବନ୍ୟା ଜଳ କ୍ରମଶଃ ବଢି ବିଭିନ୍ନ ଗାଁ ଜଳମଗ୍ନ ହେବାରେ ଲାଗିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories