www.samajalive.in
Monday, December 15, 2025
15.1 C
Bhubaneswar

ବିଂଶ ଶତାବ୍ଦୀର ତ୍ରିଦଶକରେ ଓଡ଼ିଶାର ସାରସ୍ବତ ଜଗତରେ କୁନ୍ତଳା କୁମାରୀ ସାବତ ଏକ ଉଦ୍ଦାତ୍ତ ଉଚ୍ଚାରଣ

ଭୁବନେଶ୍ବର: ଯଶସ୍ବିନୀ ନାରୀ କବି କୁନ୍ତଳାକୁମାରୀ ସାବତ ନିଜର ସ୍ବଳ୍ପ ଜୀବନକାଳ ମଧ୍ୟରେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଯେଉଁଭଳି ଋଦ୍ଧିମନ୍ତ କରିଯାଇଛନ୍ତି ସେଭଳି ଉଦାହରଣ ବିରଳ। ବିଂଶ ଶତାବ୍ଦୀର ତ୍ରିଦଶକରେ ଓଡ଼ିଶାର ସାରସ୍ବତ ଜଗତରେ କୁନ୍ତଳା କୁମାରୀ ସାବତ ଏକ ଉଦ୍ଦାତ୍ତ ଉଚ୍ଚାରଣ। ଏକଧାରରେ ସେ ଚିକିତ୍ସାବିତ୍‌, ସାହିତ୍ୟିକା, ନେତ୍ରୀ, ସଙ୍ଗଠିକା, ସମାଜସେବୀ, ପତ୍ରପତ୍ରିକାର ସମ୍ପାଦିକା ଓ ସୁବକ୍ତା ଥିଲେ। ଅସହଯୋଗ ଆନ୍ଦୋଳନ ବେଳେ ସେ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଥିଲେ। ସେ ଆଜୀବନ ଜାତିପ୍ରଥା, ବାଲ୍ୟ ବିବାହ ଆଦି କୁସଂସ୍କାରକୁ ବିରୋଧ କରୁଥିଲେ। ନାରୀ ଶିକ୍ଷା, ନାରୀ ସଶକ୍ତୀକରଣ ଓ ବିଧବା ବିବାହକୁ ସମର୍ଥନ କରି ସେ ଅନେକ କାର୍ଯ୍ୟ କରିଯାଇଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀ ନିବାସରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସର ଅଧିକ୍ଷକ ଡ. ପ୍ରତିମା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ଡ.ହିରଣମୟୀ ମିଶ୍ର ଓ ରଘୁନାଥ ପୃଷ୍ଟି ଅତିଥି ଭାବେ ଯୋଗଦେଇ କୁନ୍ତଳା କୁମାରୀ ସାବତଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିିବା ସହିତ ତାଙ୍କର ଆଦର୍ଶରେ ଛାତ୍ରୀମାନେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥଇଲେ। ଅନ୍ତେବାସୀ ମଧୁମିତା ପଟ୍ଟନାୟକ ଓ ପୂଜାରିଣୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୀବନୀ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। କସ୍ତୁରୀ କୁମାରୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରଜନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ଛାତ୍ରୀନିବାସ କୁନ୍ତଳା କୁମାରୀଙ୍କ ନାମରେ ନାମିତ ହୋଇଛି । କୁନ୍ତଳା କୁମାରୀ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର । ସେ ଥିଲେ ଏକାଧାରରେ ଲେଖିକା, ଔପନ୍ୟାସିକା, କବୟିତ୍ରୀ , ସମ୍ପାଦିକା, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା ‘ଉତ୍କଳ ଭାରତୀ’ ଉପାଧିରେ ଭୂଷିତ କରାଯାଇଥିଲା।

୧୯୦୧ ମସିହା ଫେବ୍ରୁଆରି ମାସ ୮ରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ସେ ଜନ୍ମ ହୋଇଥିଲେ। କଟକ ରେଭେନ୍‌ସା ବାଳିକା ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ କଟକର ଓଡ଼ିଶା ମେଡିକାଲ୍‌ ସ୍କୁଲ୍‌ (ଆଜିର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ)ରେ ଅଧ୍ୟୟନ କରିଥିଲେ। ସେ ୧୯୨୧ରେ ସ୍ବର୍ଣ୍ଣ ପଦକ ସହ ଡାକ୍ତରୀ ଡିଗ୍ରି ଲାଭ କରିଥିଲେ ଏବଂ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ପାଲଟିଥିଲେ। ୧୯୩୮ ଅଗଷ୍ଟ ୨୩ରେ ଉତ୍କଳଭାରତୀ ରୂପେ ପରିଚିତ କୁନ୍ତଳାକୁମାରୀଙ୍କର ପରଲୋକ ଘଟିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories