www.samajalive.in
Sunday, December 14, 2025
23.1 C
Bhubaneswar

ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ, କାର୍ଯ୍ୟ ଦକ୍ଷତା: ଲୋକସଭା ୯୭% ଓ ରାଜ୍ୟସଭା ୧୩.୭%

ଡେସ୍କ: ଆଜି (ଶନିବାର) ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଜାନୁଆରୀ ୩୧ରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ଆଜି ସମାପନ ଭାଷଣରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଚଳିତ ଅଧିବେଶନରେ ୯୭ ପ୍ରତିଶତ କାର୍ଯ୍ୟ ହୋଇଥିବା ରେକର୍ଡ କରାଯାଇଛି, ଯାହା କି ଗତ ୫ଟି ଲୋକସଭାରେ ସର୍ବାଧିକ। ସେ କହିଛନ୍ତି ଯେ ସପ୍ତଦଶ ଲୋକସଭାରେ ୨୨୨ଟି ବିଲ୍ ଗୃହୀତ ହୋଇଥିଲା ଏବଂ ଗୃହ ନିର୍ଦ୍ଧାରିତ ସମୟ ଠାରୁ ୩୪୫ ଘଣ୍ଟା ଅଧିକ କାମ କରିଥିଲା। ତେବେ ଲୋକସଭାରେ ବାଧା ସୃଷ୍ଟି ହେବାରୁ ସମୁଦାୟ ୩୮୭ ଘଣ୍ଟା ନଷ୍ଟ ହୋଇଛି ବୋଲି ସେ କହିଛନ୍ତି।

କଣ ହେବ ପାକିସ୍ତାନ ଭବିଷ୍ୟତ? ପଢନ୍ତୁ ବିଶ୍ଳେଷଣ

- Advertisement -

ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କ ସମାପନୀ ଭାଷଣରେ କହିଛନ୍ତି ଯେ ଅଧିବେଶନରେ ମୋଟ କାର୍ଯ୍ୟ ସଫଳତା ୧୩.୭ ପ୍ରତିଶତ ଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ବ୍ୟତୀତ ଗୃହରେ ୭ଟି ବିଲ୍ ମଧ୍ୟ ଗୃହୀତ ହୋଇଛି। ସେଗୁଡ଼ିକ ମଧ୍ୟରେ ସର୍ବସାଧାରଣ ପରୀକ୍ଷାରେ ଅନ୍ୟାୟ ଉପାୟ ନିବାରଣ ବିଲ୍, ଜଳ ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ ବିଲ୍, ଜମ୍ମୁ-କଶ୍ମୀର ସ୍ଥାନୀୟ ସଂସ୍ଥା ଆଇନ ସଂଶୋଧନ ବିଲ୍ ରହିଛି।

ପାକିସ୍ତାନକୁ ଝଟକା – ନିର୍ବାଚନ ପ୍ରକ୍ରିୟାର ତଦନ୍ତ ଦାବି କଲେ ଆମେରିକା ଓ ବ୍ରିଟେନ

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories