ଉମରକୋଟ: ବନ୍ଦ ଘରେ ଦମ୍ପତିଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ ସହ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦମ୍ପତିଙ୍କ ମୃତ୍ୟୁ କିଭଳି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ନବରଙ୍ଗପୁର କୁନ୍ଦେଇ ଥାନା ଆମୋଡୋଲା ଗାଁରେ ଏକ ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ ପଡ଼ି ରହିଥିବା ଖବର ପ୍ରଚାରିତ ହୋଇଥିଲା। ୩ ଦିନ ହେବ ଘରେ କେହି ନ ଥିଲେ, ଆଜି ସେହିଘରୁ ଦମ୍ପତିଙ୍କ ଗଳିତ ମୃତଦେହ ମିଳିଛି। ଖବର ପାଇ କୁନ୍ଦେଇ ଥାନା ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା।
ଏହି ଦମ୍ପତିଙ୍କ କେବେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ କିମ୍ବା ସେମାନଙ୍କ ମୃତ୍ୟୁ କିଭଳି ଓ କ’ଣ ପାଇଁ ହୋଇଛି ତାହାର କାରଣ ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଦମ୍ପତିଙ୍କ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି।



