ସରକାରୀ ଖର୍ଚ୍ଚ କାଟ ହେଲେ କୃଷକଙ୍କ ଋଣ ଛାଡ଼ ସମ୍ଭବ: କୁମାରସ୍ୱାମୀ
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଖର୍ଚ୍ଚ କାଟ୍ ଓ ବିଳାସପୂର୍ଣ୍ଣ ଜୀବନଶୈଳୀରୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ତାଙ୍କ ମନ୍ତ୍ରୀ ଓ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆ କାର କିଣିବା, ବିଜିନେସ୍ କ୍ଲାସ୍ରେ ବିମାନ ଯାତ୍ରା, ସରକାରୀ ବାସଗୃହକୁ ବିଳାସପୂର୍ଣ୍ଣ କରିବା ଉଦ୍ୟମରୁ ନିବୃତ ରହିବାକୁ କୁମାରସ୍ୱାମୀ କହିଛନ୍ତି। ଏହାଦ୍ୱାରା କୃଷକଙ୍କୁ ଋଣ ଛାଡ଼ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ଖର୍ଚ୍ଚକାଟ ପାଇଁ ଆହ୍ୱାନ ଦେବା ପୂର୍ବରୁ କୁମାରସ୍ୱାମୀ ନିଜେ ତାହା କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନକୁ ନ ଯାଇ ସେ ଜେପି ନଗରସ୍ଥିତ ନିଜ ଘରେ ରହିବେ ଏବଂ ସରକାରୀ ରେଞ୍ଜ ରୋଭର ଗାଡ଼ି ବଦଳରେ ବ୍ୟକ୍ତିଗତ ଏସ୍ୟୁଭି ବ୍ୟବହାର କରିବେ ବୋଲି ଘୋଷଣା କରିଛନ୍ତି।