www.samajalive.in
Saturday, December 6, 2025
26.1 C
Bhubaneswar

କାମାକ୍ଷାନଗର ଅଞ୍ଚଳରେ କୁମାର ପୂର୍ଣ୍ଣିମା ପାଳିତ

କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କୁମାର ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। କୁମାର ପୂର୍ଣ୍ଣିମା ଉପଲକ୍ଷେ ଘରେ ଘରେ କୁମାରୀମାନେ ଏହି ଉତ୍ସବ ପାଳନ କରିଛନ୍ତି । ଆଶ୍ୱିନ ମାସ ପ୍ରଥମାର୍ଦ୍ଧରେ କୁମାରୀ ମାନେ ଜହ୍ନି ଓଷା ଆରମ୍ଭ କରି ଆଜି କୁମାର ପୁର୍ଣିମାରେ ଦିନସାରା ଉପବାସ ରହି ସନ୍ଧ୍ୟାରେ ନୂଆବସ୍ତ୍ର ପରିଧାନ କରି ଚଉରା ମୂଳରେ ବିଭିନ୍ନ ପ୍ରକାର ଭୋଗ ଲଗାଇ ପୂଜାର୍ଚ୍ଚନା ଓ ବ୍ରତ ସମାପନ କରିଛନ୍ତି । ଏହି ପର୍ବ ଓଡ଼ିଆ ସଂସ୍କୃତିର ଏକ ପରମ୍ପରା ଭାବେ ପ୍ରତ୍ୟେକ ଘରେ କୁମାରୀମାନେ ଜହ୍ନି ଓଷା ପର୍ବ ପାଳନ କରି କୁମାର ପୂର୍ଣ୍ଣିମାରେ ସମାପନ କରିଥାନ୍ତି । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରୁଥିବାରୁ ଏବେ ଉତ୍ସବ ମୁଖର ହୋଇ ଉଠିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories