www.samajalive.in
Monday, December 15, 2025
27.1 C
Bhubaneswar

ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ଗଜଲକ୍ଷ୍ମୀ ପୂଜା; କୋଭିଡ କଟକଣା ମଧ୍ୟରେ ହେଉଛି ପୂଜା

ଭୁବନେଶ୍ୱର / ଢେଙ୍କାନାଳ : ଶନିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି। ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି।

ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି।
ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳନ କରାଯାଉଛି ମା’ଗଜଲକ୍ଷ୍ମୀଙ୍କ ପୂଜା। ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ ଅଧିକ ସାଜସଜ୍ଜା। କେବଳ ପୂଜାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ପ୍ରତିବର୍ଷ ଖୁବ ଜାକଯକମରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପୂଜା ପାଳନ କରାଯାଉଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories