www.samajalive.in
Sunday, December 14, 2025
19.1 C
Bhubaneswar

ପ୍ଲେ ଅଫ୍‌ ପାଇଁ ଛକାପଞ୍ଚା; ମୁମ୍ବଇ -ଦିଲ୍ଲୀ, ହାଇଦରାବାଦ-ଆରସିବି ଲଢ଼େଇ

ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ। ଦୁବାଇରେ ପ୍ରଥମ ମ୍ୟାଚରେ ଦିଲ୍ଲୀ-ମୁମ୍ବଇକୁ ଭେଟିବା ବେଳେ ସାରଜାରେ ଦ୍ବିତୀୟ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଆସୁଥିବାବେଳେ ପ୍ଳେ ଅଫକୁ ନେଇ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଚା ଆରମ୍ଭ ହୋଇଛି। ମୁମ୍ବଇ ଇଣ୍ଡିଆନ୍‌ସ ଏକମାତ୍ର ଦଳ ଭାବେ ପ୍ଳେ ଅଫ୍‌ରେ ପ୍ରବେଶ କରିଥିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଲେ ଅଫରୁ ବାଦ୍‌ ପଡ଼ିଛି। ପ୍ଳେ ଅଫର ଅନ୍ୟ ୩ଟି ଦଳ ପ୍ରବେଶ କରିବେ। ଏଥିନେଇ ଦିଲ୍ଲୀ, ବେଙ୍ଗାଲୁରୁ, ପଞ୍ଜାବ, କଲକାତା, ହାଇଦରାବାଦ ଓ ରାଜସ୍ଥାନ ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଛି।

କିରନ୍‌ ପୋଲାର୍ଡଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୧୨ଟି ମ୍ୟାଚରୁ ୮ଟି ବିଜୟ ଓ ୪ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପ୍ଳେ ଅଫରେ ପ୍ରବେଶ କରିଛି। ଦଳ ଏବେ ଶୀର୍ଷ ସ୍ଥାନ ଉପରେ ନଜର ରଖିଛି। ଓପନର ରୋହିତ ଶର୍ମା ଆହତ ହୋଇଥିଲେ ମଧ୍ୟ ଦଳ ଉପରେ କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଓ ଯଶପ୍ରିତ ବୁମ୍‌ରାଙ୍କ ବୋଲିଂ ଦଳ ପାଇଁ ବେଶ ଉପଯୋଗୀ ହେଉଛି। ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚରେ ବିଜୟୀ ସହ ଶୀର୍ଷ ସ୍ଥାନ ବଜାୟ ରଖିବା ନେଇ ଖେଳିବ। ଅନ୍ୟପକ୍ଷରେ ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୨ଟି ମ୍ୟାଚରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ଦଳ ସନରାଇଜର୍ସ ହାଇଦରାବାଦ ନିକଟରୁ ପରାଜିତ ହୋଇଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ପ୍ଳେ ଅଫକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ସାରଜାରେ ଦ୍ବିତୀୟ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ବିରାଟ କୋହଲିଙ୍କ ନେତୃତ୍ବାଧିନ ବେଙ୍ଗାଲୁରୁ ୧୨ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫରେ ପ୍ରବେଶ ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ଦେବଦତ୍ତ ପାଡ଼ିକଲ, ଏ.ବି ଡିଭିଲିୟର୍ସ ଓ ବିରାଟ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ମହମ୍ମଦ ସିରାଜ୍‌, ନବଦୀପ୍‌ ସଇନି ଓ ଯୁଜୁବେନ୍ଦ୍ର ଚହଲ ମଧ୍ୟ ଭଲ ବୋଲିଂ କରୁଛନ୍ତି। ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରି ଦଳ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ ପାଇଁ ଉକ୍ତ ମ୍ୟାଚ କର ବା ମର ଭଳି। ଦଳ ୧୨ଟି ମ୍ୟାଚରୁ ୫ଟି ବିଜୟ ଓ ୭ଟି ପରାଜୟ ସହ ମାତ୍ର ୧୦ ପଏଣ୍ଟ ପାଇଛି। ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଦଳ ନିକଟରେ ସୁଯୋଗ ରହିଛି। ଏଥିପାଇଁ ଦଳକୁ ​‌େ​‌ଶଷ ଦୁଇ ମ୍ୟାଚ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories