www.samajalive.in
Monday, December 15, 2025
14.1 C
Bhubaneswar

ଦଣ୍ଡବିଧାନ ସ୍ଥଗିତ ପାଇଁ ଭୂଷଣଙ୍କ ଆବେଦନ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ଦଣ୍ଡବିଧାନର ସମ୍ପର୍କରେ ଆସନ୍ତା କାଲି, ୨୦ରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଏହାକୁ କିଛିଦିନ ଘୁଞ୍ଚାଇଦେବା ପାଇଁ ସେ ଆବେଦନ କରିଛନ୍ତି। ନିଜ ଓକିଲ କାମିନୀ ଜୟସ୍ୱାଲଙ୍କ ମାଧ୍ୟମରେ ସେ ବୁଧବାର ଏହି ଆବେଦନ କରିଛନ୍ତି। ଦୁଇ ଦିନ ପୂର୍ବେ ଭୂଷଣ ଏହି ମାମଲାରେ ସୁପ୍ରିମକୋର୍ଟ ରାୟର ସମୀକ୍ଷା ଆବେଦନ କରିଥିଲେ। ଏହାର ରାୟ ଆସିବା ପର୍ଯ୍ୟନ୍ତ ଦଣ୍ଡବିଧାନକୁ ସ୍ଥଗିତ ରଖିବା ପାଇଁ ସେ ଆବେଦନରେ ଉଲ୍ଲେଖ କରିଛନ୍ତି। ଗତ ୧୪ ରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ପ୍ରଧାନ ବିଚାରପତି ଏସ.ଏ ବୋବଡେ ଏବଂ ଚାରି ପୂର୍ବତନ ପ୍ରଧାନ ବିଚାରପତିଙ୍କ ସମ୍ପର୍କରେ ଭୂଷଣଙ୍କ ଆକ୍ଷେପମୂଳକ ଦୁଇଟି ପୃଥକ ଟ୍ୱିଟ୍‌କୁ ଅଦାଲତ ଅବମାନନା ଭାବେ ବିଚାରକରି ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାର ବିଚାର କରିଥିଲେ। ତିନିଜଣିଆ ପୀଠ ଏଥିରେ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

- Advertisement -

ଏହି ପ୍ରସଙ୍ଗରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଙ୍ଗଳବାର ୧୫ ପୂର୍ବତନ ବିଚାରପତି, ୨୦ ପ୍ରତିଷ୍ଠିତ ବ୍ୟକ୍ତି, ୪୬ ଅବସରପ୍ରାପ୍ତ ଆଇଏଏସ୍‌ ଓ ଆଇପିଏସ୍‌, ୨୨ ଚିନ୍ତାନ‌ାନାୟକ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣା ପଛରେ ରାଜନୀତି ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ପୁନଶ୍ଚ ଦୁଇଟି ଟ୍ବିଟ୍‌କୁ ନେଇ ସୁପ୍ରିମକୋର୍ଟ ଏତେ ବିଚଳିତ ହେବା ଅର୍ଥ ନ୍ୟାୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବା ସେମାନେ ଏଥିରେ ଦର୍ଶାଇଛନ୍ତି। ଭୂଷଣଙ୍କ ସମର୍ଥନରେ ଏବେ ୩ହଜାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବାହାରିଥିବା ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories