www.samajalive.in
Sunday, December 14, 2025
17.1 C
Bhubaneswar

ବୌଦ୍ଧ ସଂଗ୍ରହାଳୟର ଆକର୍ଷଣ ବଢାଉଛି କ୍ଷୁଦ୍ର ମହୋତ୍ସବ

ବୌଦ୍ଧ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବୌଦ୍ଧ ମହୋତ୍ସବକୁ ସ୍ଥଗିତ ରଖାଯାଇଥିବାବେଳେ ଗତ ୧ ତାରିଖ ଠାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଓରମାସ ସହାୟତାରେ ଐତିହାସିକ ସଂଗ୍ରହାଳୟ ମଧ୍ୟରେ କିଛି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ନେଇ ଏକ କ୍ଷୁଦ୍ର ମହୋତ୍ସବର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରତ୍ୟେକ ଦିନ ସଂଗ୍ରହାଳୟ ମଧ୍ୟରେ ନିର୍ମିତ ମଂଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। କ୍ଷୁଦ୍ର ମହୋତ୍ସବରେ ଜିଲ୍ଳାର ସ୍ୱୟଂସହାୟକ ଗୋଷ୍ଠୀମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସବୁ ବିକ୍ରି କରିବାର ସୁଯୋଗ ପାଇଛନ୍ତି। ସେହିପରି ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନେ ମଂଚରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନର ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁଁ ପ୍ରତିଦିନ ସଂଗ୍ରହାଳୟରେ ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି। ସଂଗ୍ରହାଳୟ ବୁଲିବା ପାଇଁ ଯଦିଓ ପ୍ରଶାସନ ପକ୍ଷରୁ ଟିକଟ୍‍ ବ୍ୟବସ୍ଥା କରାଯାଇଛି ଏହାଦ୍ୱାରା ସମସ୍ତ କାର୍ଯ୍ୟକ୍ରମରେ ଶୃଙ୍ଖଳା ରହିବା ସହିତ ସଂଗ୍ରହାଳୟ ପରିଚାଳନା ପାଇଁ ମଧ୍ୟ କିଛି ଅର୍ଥ ସଂଗ୍ରହ ହୋଇପାରୁଛି। ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଏହି କ୍ଷୁଦ୍ର ମହୋତ୍ସବ ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାଯାଇଛି। ସଂଗ୍ରହାଳୟର ମଂଚରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ ଲୋକନୃତ୍ୟ ଓ ସଙ୍ଗିତ ଦର୍ଶକମାନଙ୍କୁ ଭରପୁର ଆନନ୍ଦ ଦେଇଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories