www.samajalive.in
Saturday, December 6, 2025
16.1 C
Bhubaneswar

କୋଟିଆରେ ପଂଚାୟତ ନିର୍ବାଚନ ପାଇଁ ପାଗ ଭିଡିଲା ଆନ୍ଧ୍ର, ଓଡିଶା ନୀରବ

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କେତେକ ସୀମାବର୍ତ୍ତୀ ଅଂଚଳକୁ ନେଇ ଦେଖାଦେଇଥିବା ବିବାଦର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରିନଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶା ସୀମାବର୍ତ୍ତୀ ଅଂଚଳ କୋଟିଆର ପାଟୁ ସିନେରୀ, ଫଗୁଣ ସୀନେରୀ ଓ ତଳ ଗଂଜେଇପଦର ପଂଚାୟତରେ ନିର୍ବାଚନ କରାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ଆନ୍ଧ୍ରରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ଆସନ୍ତା ୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୧୩ ଓ ୧୭ ତାରିଖରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ସୂଚନା ଅନୁଯାୟୀ ଏ ଯାଏଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories