www.samajalive.in
Monday, December 15, 2025
27.1 C
Bhubaneswar

୪ ଜିଲାରେ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲାରେ ଖୋଲାଯାଇଥିବା କୋଭିଡ ହସ୍ପିଟାଲ ପରିଦର୍ଶନ ସହ କରୋନା ଏବଂ ଲକ ଡାଉନ ସ୍ଥିତିର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସେଠାକୁ ଗସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ବଲାଙ୍ଗୀର, କନ୍ଧମାଳ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେମାନେ ଲକ ଡାଉନକୁ କଡ଼ାକଡ଼ି ଭାବେ କାର୍ୟ୍ୟକାରୀ କରିବା. ପାଇଁ ସଂପୃକ୍ତ ଜିଲାର ଜିଲାପାଳ ଓ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି। ଛତିଶଗଡ଼ ସୀମା ଉପରେ କଡ଼ା ନଜର ରଖିବାକୁ ବରଗଡ଼ ଜିଲା ଏସପିଙ୍କୁ କହିଥିବା ବେଳେ କୃଷିକାର୍ୟ୍ୟ ସ୍ବାଭାବିକ ଭାବେ କରାଇବା, ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଥିବା ରବି ଧାନ ସଂଗ୍ରହ କାର୍ୟ୍ୟ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କନ୍ଧମାଳ ଜିଲାରେ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟାକୁ ସ୍ବାଭାବିକ କରିବା ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଏହାବ୍ୟତୀତ ମନରେଗା କାର୍ୟ୍ୟ ତ୍ବରାନ୍ବିତ କରିବା ଓ ଅସହାୟଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ଉପରେ ପ୍ରାଧାନ୍ୟ ଦେବାକୁ କହିଛନ୍ତି।

ଶ୍ରୀ ତ୍ରିପାଠୀ ଓ ଶ୍ରୀ ପାଣ୍ଡିଆନ ବଲାଙ୍ଗିରରେ କାର୍ୟ୍ୟକ୍ଷମ ହୋଇଥିବା ୨୦ ଆଇସିୟୁ ସହ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏବଂ କନ୍ଧମାଳରେ କାର୍ୟ୍ୟକ୍ଷମ ୧୦ ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। କିମ୍ସ ଦ୍ବାରା ପରିଚାଳିତ ଏହି ଦୁଇଟି ହସ୍ପିଟାଲ ପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଛି। ସେହିପରି ସୁବର୍ଣ୍ଣପୁରରେ କାର୍ୟ୍ୟକ୍ଷମ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପରିଚାଳିତ ୨୦୦ଶଯ୍ୟା ଏବଂ ବରଗଡ଼ରେ ଖୁବଶୀଘ୍ର କାର୍ୟ୍ୟକ୍ଷମ ହେବାକୁ ଥିବା ୧୦ଆଇସିୟୁ ଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ବରଗଡ଼ କୋଭିଡ ହସ୍ପିଟାଲ ଆଇଓସିଏଲର ଆର୍ଥିକ ସହାୟତାରେ କରାଯାଉଛି। ସେଠାରେ କର୍ମଚାରୀ, ଔଷଧ ଓ ଆଇସିୟୁ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

- Advertisement -

ଏହି ସମସ୍ତ ଜିଲା ଗସ୍ତ ସମୟରେ ସେମାନେ ଡାକ୍ତର, ଜିଲାପାଳ, ଏସ୍‌ପି ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କରୋନା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories