www.samajalive.in
Monday, December 15, 2025
14.1 C
Bhubaneswar

କୋଟିଆରେ ପୁଣି ପଶିଲା ଆନ୍ଧ୍ର

ପଟାଙ୍ଗି: ପୁନର୍ବାର ଆନ୍ଧ୍ର ପ୍ରଶାସନ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ପଲ୍ଲୀସଭା କରି ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଖାଇଥିବା ଜଣାପଡ଼ିଛି। ଗତ ୧୭ ତାରିଖ ଦିନ ସୀମାବର୍ତ୍ତୀ ଅଞ୍ଚଳ ନେରେଡ଼ିବାଲସାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଆଞ୍ଚଳିକ ବ୍ୟାଙ୍କ ଓ ସରକାର କର୍ମଚାରୀଙ୍କ ଦ୍ବାରା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ପୁଣି ସପ୍ତାହ ନ ପୁରୁଣୁ ଅର୍ଥାତ୍ ଶୁକ୍ରବାର ଦିନ ପଞ୍ଚାୟତର ଧୁଳିପଦର, ଫାଟୁସିନେରି, ଫଗୁଣସିନେରି, ହରମାଣ୍ଡାଙ୍ଗି ଆଦି ଗ୍ରାମପୁଞ୍ଜରେ ଗ୍ରାମସଭା କରିଥିବା ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଭତ୍ତା, ​େରସନକାର୍ଡ଼, ଏମ୍‌ଜିଏନ୍‌ରାଜିଏସ୍‌, ଆବାସଗୃହ, ରାସ୍ତାଘାଟ, ଶିକ୍ଷା ଭତ୍ତା, ସ୍ବାସ୍ଥ୍ୟସେବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ନିର୍ବାଚନ ସରିବା ପରେ ଆନ୍ଧ୍ର ସରକାର କୋଟିଆ ଉପରେ ଅଖି ପକାଇଥିବା ଏଠାରେ ଚର୍ଚ୍ଚା ହେଉଛି। ଆନ୍ଧ୍ରର ଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ, ପୂର୍ବତନ ସରପଞ୍ଚ ବିଶୁ ଗେମେଲ, ଏଏନ୍‌ଏମ୍‌ କବିତା, ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ ରାମକ୍ରିଷ୍ଣା ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟଦଳ ବିଭିନ୍ନ ରୋଗର ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ।

- Advertisement -

ଏହାଛଡ଼ା ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ, ଆପଣମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଦେଲେ ଓଡ଼ିଶାର କୋଟିଆକୁ ନ ଯାଇ ଆନ୍ଧ୍ରକୁ ଆସି ସେବା ଗ୍ରହଣ କରନ୍ତୁ। କୋଟିଆ ଠାରୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ ସେମାନେ ବୋଲି ସିଧାସଳଖ କହିଥିଲେ । ଅପରପକ୍ଷରେ ଫୋନ୍‌ କଲେ ମଧ୍ୟ ଗାଡ଼ି ଯୋଗାଇଦେବା କଥା ମଧ୍ୟ କହିଥଲେ। ବିଦ୍ୟୁତ ସେବା କ୍ଷେତ୍ରରେ ମାଗଣା ମିଟର ଦେବା ବ୍ୟବସ୍ଥା ରହିଛି। ତେଣୁ ଓଡ଼ିଶାର ବିଦ୍ୟୁତ ବ୍ୟବହାର ନ କରି ଆନ୍ଧ୍ରର ସେବା ପାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories