ସ୍ୱାଧୀନତାର ୭୩ ବର୍ଷ ପରେବି ଗାଁକୁ ରାସ୍ତା ନାହିଁ ,ଦୋଳାରେ ବୁହା ହେଉଛନ୍ତି ରୋଗୀ

କୋଟଗଡ: ଦେଶ ସ୍ୱାଧୀନତା ହାସଲ କରିବାର ୭୩ ବର୍ଷ ହେଲାଣି କିନ୍ତୁ ଏଯାଏଁ ଲୋକମାନଙ୍କର ଗମନାଗମନ ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଗାଁରେ କାହାର ଦେହ ଖରାପ ହେଲେ ଡାକ୍ତରଖାନା ନେବାକୁ ଖୋଜାପଡେ ଦୋଳା କିମ୍ବା ଖଟିଆ। କାରଣ ଗାଁକୁ ଯାଇପାରେନି ଆମ୍ବୁଲାନ୍ସ। ଏଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡର ସାର୍ତୁଲ ପଞ୍ଚାୟତ ପାଙ୍ଗାଲପଦର। କୋଟଗଡ ଅଞ୍ଚଳରେ ଅର୍ଧାଧିକ ଗାଁକୁ ରାସ୍ତାଘାଟ ନଥିବାରୁ ବହୁ ସମୟରେ ରୋଗିଙ୍କୁ ଖଟିଆ କିମ୍ବା ଦୋଳାରେ ବୋହି ମେଡିକାଲ ଆଣିବାକୁ ପଡିଥାଏ। ପାଙ୍ଗାଲପଦର ଗାଁର ୬୫ ବର୍ଷୀୟ ବୃଦ୍ଧା ମାର୍ନଲି ରୁପାମାଝୀ ଜ୍ୱର ଓ କାଶ ରୋଗରେ ପିଡିତ ହୋଇଥିବାବେଳେ ଶୁକ୍ରବାର ବୃଦ୍ଧାଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ୧୦ ରୁ ଉର୍ଧ ଗ୍ରାମବାସୀଙ୍କ ସହାୟତାରେ ଲୁଗା ଓ କାଠ ସାହାଯ୍ୟରେ ଏକ ଦୋଳାକରି ପାଙ୍ଗାଲପଦର ଠାରୁ ୭ କି.ମି.ଖଣ୍ଡିଆଗୁଡା ନାଳ ପର୍ୟ୍ୟନ୍ତ ବୋହି ଆଣିଥିଲେ। କୌଣସି ମତେ ବିଡିଓ କୈଳାସଚନ୍ଦ୍ର ମୁର୍ମୁ ଖବର ପାଇଁ ଏକ ଅଟୋ ପଠାଇ ଖଣ୍ଡିଆଗୁଡା ନାଳ ଠାରୁ ୫ କି.ମି. ଆଣି କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।

kalyan agarbati

Comments are closed.