ରାଜସ୍ଥାନ: ରାଜସ୍ଥାନ କୋଟାରେ ଆଉ ଜଣେ ଛାତ୍ର ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଛନ୍ତି। ଯାହା ଚଳିତବର୍ଷର ଚତୁର୍ଥ ଘଟଣା। ମୃତ ଛାତ୍ର ଜଣକ ଦ୍ବାଦଶ ଶ୍ରେଣୀରେ ପଢୁଥିବାବେଳେ ସେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ମଙ୍ଗଳବାର ସକାଳୁ ପରିବାର ଲୋକ ନିଜ ପୁଅ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ହେଲେ ଛାତ୍ର ଜଣକ ଫୋନ୍ ଉଠାଇନଥିଲେ । ବାଧ୍ୟ ହୋଇ ପରିବାର ଲୋକ ହଷ୍ଟେଲ ୱାଡେନ୍ଙ୍କ ନିକଟକୁ ଫୋନ୍ କରିଥିଲେ। ପରେ ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍ ନିକଟରେ ପହଞ୍ଚି ଦେଖିଥିଲେ ଛାତ୍ରଜଣକ ଫ୍ୟାନ୍ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Popular Categories



