www.samajalive.in
Saturday, December 6, 2025
16.1 C
Bhubaneswar

ଭାରତୀୟ ଦଳକୁ ଚାପେଲଙ୍କ ଚେତାବନୀ

ମେଲବୋର୍ଣ୍ଣ: ଇଂଲଣ୍ଡ ଓ ଭାରତ ଟେଷ୍ଟ ଶୃଙ୍ଖଳାର ୨ଟି ମ୍ୟାଚ୍‌ ସରିଛି। ବାକି ୩ଟି ମ୍ୟାଚ ପାଇଁ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ। ଚାପେଲ କହିଥିଲେ, ବେନ ଷ୍ଟୋକ୍‌ସଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଦଳ ବେଶ୍‌ ଶକ୍ତିଶାଳୀ। ଏହି ଦଳ ବାକି ୩ଟି ଟେଷ୍ଟରେ ଭାରତକୁ କଡ଼ା ଟକ୍କର ଦେବ। ଭାରତୀୟ ଦଳ ଘରୋଇ ମାଟିରେ ଖେଳୁଛି। ଏହି ଦଳରେ ବହୁ ଦକ୍ଷ ଖେଳାଳି ଅଛନ୍ତି ତେବେ ଇଂଲଣ୍ଡ ଦଳକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତ ଓ ଇଂଲଣ୍ଡ ଦଳ ମଧ୍ୟରେ ବାକି ୩ଟି ଟେଷ୍ଟ ବହୁତ ସଂଘର୍ଷପୂର୍ଣ୍ଣ ହେବ। ୨୦୨୧ରେ ଜୋ ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ଟେଷ୍ଟ ଶୃଙ୍ଖଳାରେ ପରାସ୍ତ ହୋଇଥିଲା।

ଅନ୍ୟପକ୍ଷରେ ଚଳିତଥର ଷ୍ଟୋକ୍‌ସଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଆସୁଛି। ଏହାକୁ ଦୃଷ୍ଟିରେ ରଖି ବାକି ୩ଟି ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ନିମେନ୍ତ ଭାରତୀୟ କ୍ରିକେଟରଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଚାପେଲ କହିଛନ୍ତି। ବିରାଟ କୋହଲି ଖେଳୁନଥିଲେ ସୁଦ୍ଧା ଏହି ଦଳରେ ବହୁ ଦକ୍ଷ ଖେଳାଳି ଥିବା ଚାପେଲ୍‌ କହିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories