www.samajalive.in
Saturday, December 6, 2025
14.1 C
Bhubaneswar

ବୁର୍ଲାର ପାଣି ଫିଲଟର କାରଖାନାରୁ ଚୋରି ; ଦୁଇ ଗିରଫ

ବୁର୍ଲା : ବୁର୍ଲା ସହରର ଗୋଲଗୁଣ୍ଡା ନିକଟରେ ଥିବା ଏକ ପାଣି ଫିଲ୍ଟର କାରଖାନାରୁ ବିଭିନ୍ନ ସାମଗ୍ରୀ ଚୋରି କରି ଧରାପଡିଲେ ଦୁଇ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ପୁଲିସ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିଥିବା ଜଣାପଡିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆମ୍ବସଢ଼ା କଟାପାଲିର ଫରଦିନ ଶେଖ(୨୦) ଓରଫ୍ ଆହାନ ଏବଂ ବୁର୍ଲା ବିଜଲି ନଗରର ମୋନୁ ନାଗ(୨୦) ଓରଫ୍ ମୁନୁ। ପୁଲିସ ସୂଚନା ମତେ ବୁର୍ଲା ସହର ଗୋଲଗୁଣ୍ଡା ନିକଟରେ ବସନ୍ତ ବିହାରର କମଳାକାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଏଠାରେ ଏକ ପାଣି ଫିଲଟର କାରଖାନା ଖୋଲିଛନ୍ତି। ଗତ ୮ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତିରେ ଗିରଫ ଦୁଇଜଣ ଅଭିଯୁକ୍ତ ଏହି କାରଖାନାର ଆଜବେଷ୍ଟସ କାଟି ଭିତରକୁ ପ୍ରବେଶ କରିଥିଲେ। ଭିତରେ ଥିବା ଦୁଇଟି ଡ୍ରିଲ୍ ମେସିନ୍, ଗୋଟିଏ କଟର ମେସିନ୍, ଓ୍ୱଲ୍ଡିଙ୍ଗ ମେସିନ୍ ଦୁଇଟି, ଗୋଟିଏ ମୋବାଇଲ ଟାବ୍ଲେଟ ଫୋନ୍, ସିସିଟିଭିର ଗୋଟିଏ ଡିଭିଆର, ଦୁଇଟି ପାଣି ମଟର, ପାଣି ଫିଲଟର ମେସିନର ୧୦ଟି ମଟର୍, ବିଦ୍ୟୁତ ତାର ୪ ପ୍ୟାକେଟ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ। ତେବେ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସମସ୍ତ ଚୋରି ସାମଗ୍ରୀ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories