www.samajalive.in
Saturday, December 6, 2025
14.1 C
Bhubaneswar

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ: ଜଣେ ମୃତ, ୧୬ ଆହତ

କେରଳ: ସୋମବାର କେରଳର ତ୍ରିପୁନିଥୁରାରେ ଥିବା ଏକ ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଗୁରୁତର ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଆହତଙ୍କୁ କଲମାସେରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଏବଂ କିଛି ଶିଶୁ ଥିବା ଜଣାପଡିଛି।  ଅଗ୍ନିଶମ ଅଧିକାରୀଙ୍କ କହିବା ମୂତାବକ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ,  ଆଖପାଖରେ ଥିବା ୨୫ ବଖରା ଘର ଏବଂ କିଛି ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ଏହାବ୍ୟତୀତ ୨ଟି ଗାଡି ମଧ୍ୟ ଜଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନି। ବିସ୍ଫୋରଣର ଖବର ପାଇବା ମାତ୍ରେ ପୁଲିସ , ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ପୋଲିସ ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସ୍ବତନ୍ତ୍ର ଚିକିତ୍ସା ଯୋଗାଇବା ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ମନ୍ତ୍ରୀ ପୁଲିସ ଏବଂ ପ୍ରଶାସନକୁ ମଧ୍ୟ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories