BJD Bijuli 480×75 Mob

ଦୁଇ ଦିନିଆ କୋରାପୁଟ ଗସ୍ତରେ ଆଇଏଏସ ଗର୍ଗ

BJD Bijuli 480×75 Mob

ଜୟପୁର : ନୋଡାଲ ଅଫିସର ସୌରଭ ଗର୍ଗ ଦୁଇଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ସୋମବାର ସକାଳେ ସେ ଏକ  ସ୍ବତନ୍ତ ବିମାନରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଶିଶୁ ଏବଂ ମହିଳା ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ଆସିଛନ୍ତି। ଆଜି ଜିଲା ଚିକିତ୍ସାଳୟ, ସୌରଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ସହ ରଣ୍ଡାପାଲିରେ ଥିବା ଶୀତଳ ଭଣ୍ଡାର ବୁଲି ଦେଖିଥିଲେ। ପରେ ବୋରିଗୁମାରେ ଥିବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ବୋରିବୁମ୍ମା ବ୍ଲକର ଶ୍ରମ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.