ଗୋପ: କୋଣାର୍କର କେତେକ ବେଆଇନ ଲଜ୍ ଉପରେ ଚଢ଼ାଉ କରାଯାଇ ଆପତ୍ତିଜନକ ଅବସ୍ଥାରେ ୭ଜଣ ଯୁବତୀ ଓ ୮ଜଣ ଯୁବକଙ୍କୁ ପୁଲିସ କୋଣାର୍କ ଥାନାରେ ଅଟକ ରଖିଥିବା ଜଣାପଡିଛି। କେତେକ ଲଜ୍ରେ ଅନୈତିକ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଥାନାଧିକାରୀ ସଞ୍ଜୀବ ପ୍ରଧାନ, ଗୋପ ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନ, ନିମାପଡ଼ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଶନିବାର ବିଳମ୍ବିତ ରାତ୍ରିରେ ଚଢ଼ାଉ କରାଯାଇଥିଲା।
Popular Categories



