www.samajalive.in
Saturday, December 6, 2025
23.1 C
Bhubaneswar

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲା ଏଏସ୍ଆଇ କମିଟି

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଡିଜି ଜାନଭୀଜ ଶର୍ମାଙ୍କ ସମେତ ଏକ କୋର୍‌ କମିଟି ଶନିବାର ଦୀର୍ଘ ୬ ଘଣ୍ଟା ଧରି ସ୍ଥିତି ଅନୁଧ୍ୟାନ କରିବା ସହ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଡିଜି ଶ୍ରୀ ଶର୍ମାଙ୍କ ସହିତ କନଭେନସନ ନିର୍ଦେଶକ ଦିଲୀପ ଖମାରୀ, ପ୍ରତ୍ନତତ୍ୱବିତ୍ ଜୀବନ ପଟ୍ଟନାୟକ, ଦୀପ୍ତିରଞ୍ଜନ ସାହୁ, ଅରୁଣ ମେନନଙ୍କ ସମେତ ଆଇଆଇଟି ନୂଆଦିଲ୍ଲୀର ୧୫ ଜଣିଆ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ପିଢି, ମନ୍ଦିର ଚୂଡ଼ାର ଉପରିଭାଗ, ମେକାନିକାଲ ଷ୍ଟ୍ରକଚର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେପ୍ଟେମ୍ବର ୯, ୨୦୨୨ରୁ ପ୍ରତ୍ନତତ୍ୱ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ଲାଗି ଭୂମିପୂଜା କରି ପ୍ରକ୍ରିୟା ଆରମ୍ଭ କରିଥିଲା। ମନ୍ଦିରର ଉତ୍ତର ପଶ୍ଚିମକୋଣ ଓ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ୍ ୱାର୍କିଂ ପ୍ଲାଟଫର୍ମ ଆଇରନ୍ ଷ୍ଟ୍ରକଚର୍ କାର୍ଯ୍ୟ ଓ ପ୍ରଥମ ପିଢ଼ିକୁ ଯାତାୟାତ ଲାଗି ଲୁହା ଶିଡି ନିର୍ମାଣ କାର୍ଯ୍ୟ କରି ବାଲି କଢ଼ାଯାଇଥିଲା। କୌଣସି କାରଣବଶତଃ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପୂର୍ବରୁ ବାଲି କାଢ଼ିବା ଲାଗି ୩ ବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ସମ୍ପୂର୍ଣ୍ଣ ହୋଇନଥିବା ଜଣାପଡ଼ିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories