www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ: ଚାଷୀ ପାଇବେ ଇନପୁଟ୍‌ ସହାୟତା

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ବିଭିନ୍ନ ଜିଲାରେ ଆରମ୍ଭ ହୋଇଯାଇଛି। କୁଇଣ୍ଟାଲ୍‌ ପିଛା ୨୩ଶହ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଦେଇ ଧାନ କିଣାଯାଉଥିବାବେଳେ ୩୧୦୦ ଟଙ୍କାରେ ଧାନକିଣା ନେଇ ନିର୍ବାଚନ ଇସ୍ତାହାରରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ଧାନ କୁଇଣ୍ଟାଲ୍‌ ପିଛା ଅତିରିକ୍ତ ୮ଶହ ଟଙ୍କା ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ୮ଶହ ଟଙ୍କାର ଅତିରିକ୍ତ ସହାୟତା ବଣ୍ଟନ କରିବେ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଚାଷୀଙ୍କ ହିତରେ ରାଜ୍ୟ ସରକାର ରହିଛନ୍ତି। ଚାଷୀଙ୍କୁ ଧାନ କୁଇଣ୍ଟାଲ୍‌ ପିଛା ୩୧ଶହ ଟଙ୍କା ପ୍ରଦାନ କରାଯିବ। ଚଳିତ ବର୍ଷ ନଭେମ୍ବର ୨୦ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୮ରେ ବିକ୍ରି କରିଥିବା ଚାଷୀଙ୍କୁ ଧାନ କୁଇଣ୍ଟାଲ୍‌ ପିଛା ୮ଶହ ଟଙ୍କା ଅତିରିକ୍ତ ସହାୟତା ଦିଆଯିବ। ପରବର୍ତ୍ତୀ ସମୟରେ ଯେଉଁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବେ ସେମାନଙ୍କୁ ୪୮ଘଣ୍ଟା ମଧ୍ୟରେ ଏକକାଳୀନ କୁଇଣ୍ଟାଲ୍‌ ପିଛା ୩୧ଶହ ପ୍ରଦାନ କରାଯିବ।
ଆସନ୍ତାକାଲି ବରଗଡ଼ ସହିତ ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲାରେ ସମାବେଶ କରି ମଣ୍ଡିରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ଅତିରିକ୍ତ ସହାୟତା ଦେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories