www.samajalive.in
Saturday, December 6, 2025
17.1 C
Bhubaneswar

ସିବିଆଇ ଚଢାଉ: ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ଵର: ରାଜଧାନୀରେ ଶନିବାର ରାତିରେ ସିବିଆଇ ଚଢାଉ କରିଛି। ଏକ ତାରକା ହୋଟେଲ ସମ୍ମୁଖରେ ଛିଡା ହୋଇଥିବା ଏକ ଦାମୀ କାରରୁ ଅଧିକାରୀମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛନ୍ତି। ଉକ୍ତ ଗାଡିକୁ ତଦନ୍ତକାରୀ ସଂସ୍ଥା ଜବତ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ଜଣେ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ସୂଚନା ଅନୁସାରେ ନୂଆପଲ୍ଲୀ ଥାନା ଅଧୀନ ଏକ ତାରକା ହୋଟେଲ ସମ୍ମୁଖରେ ଏକ କାର ଛିଡା ହୋଇଥିଲା। କାର ଭିତରେ ୪ ଜଣ ଯୁବକ ଥିବାବେଳେ ଅନ୍ୟ ଜଣେ ଯୁବକ  ନିକଟ ହୋଟେଲ ଭିତରକୁ ଯାଇଥିଲେ। ହଠାତ୍ ସେଠାରେ ସିବିଆଇ ଦଳ ପହଞ୍ଚି ଗାଡିଟିକୁ ଘେରିଯିବା ସହ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଜବତ ଗାଡିଟି ଏକ ବିଲ୍ଡର ସଂସ୍ଥାର ବୋଲି କୁହାଯାଉଥିବାବେଳେ ଏଥିରେ ଏକ ଖଣି କମ୍ପାନୀର ସମ୍ପୃକ୍ତି ଥିବା କୁହାଯାଉଛି। ସେପଟେ ଖୁବ୍ ଶୀଘ୍ର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories