www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଟ୍ରେନରେ ପ୍ରସବ

ବେଲାଗାଭି: ଜନୈକା ମହିଳା ୨ବର୍ଷ ବ୍ୟବଧାନରେ ୨ଥର ଟ୍ରେନରେ ସନ୍ତାନ ପ୍ରସବ କରିବା ଘଟଣା ଭାରତୀୟ ରେଳବାଇକୁ ମଧ୍ୟ ଚକିତ କରିଦେଇଛି। ୟାଲାୱା ମୟୂର ଗାୟେକ୍ୱାର୍ଡ଼(୨୩) ନାମକ ଏହି ମହିଳା ରାଇବାଗରୁ ନିଜ ଘର କୋଲହାପୁରକୁ ଟ୍ରେନରେ ଫେରୁଥିବା ବେଳେ ସେ ତାଙ୍କ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଚଳନ୍ତା ଟ୍ରେନରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ କରିବା ଘଟଣା ରେଳବାଇକୁ ମିଳିବା ପରେ ରେଳବାଇ କର୍ତ୍ତୁପକ୍ଷ ତୁରନ୍ତ ଚଳଚଞ୍ଚଳ ହୋଇ ପଡ଼ିଥିଲେ।
ୟାଲାୱା ତାଙ୍କ ସ୍ୱାମୀଙ୍କ ସହ କୋହ୍ଲାପୁରର ଏକ ଭଡ଼ା ଘରେ ରହନ୍ତି। ୟାଲାୱା ଲୋକଙ୍କ ଘରେ ବାସି କାମ କରୁଥିବାବେଳେ ତାଙ୍କ ସ୍ୱାମୀ ଘର ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ। ଉଭୟଙ୍କ ପୂର୍ବରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଥିବାବେଳେ ଟ୍ରେନରେ ନବଜନ୍ମା ପୁତ୍ର ସନ୍ତାନ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷେ ପୂର୍ବରୁ ମଧ୍ୟ ୟାଲାୱା ଟ୍ରେନରେ ଯାତ୍ରା କରୁଥିବାବେଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କୋହ୍ଲାପୁର ଜିଲାର ହଟକଙ୍ଗଲେ ରୋଡ଼ ରେଳ ଷ୍ଟେସନରେ ଟ୍ରନ ମଧ୍ୟରେ ୟାଲାୱା ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ତୃତୀୟ ଥର ଅନ୍ତସତ୍ତ୍ୱ ହୋଇ ୟାଲାୱା ତାଙ୍କ ନଣଦଙ୍କ ସହିତ ହରିପ୍ରିୟା ଏକ୍ସପ୍ରେସରେ ସୋମବାର ତାଙ୍କ ବାପଘରୁ ନିଜ ଘରୁ ଫେରୁଥିଲେ। ୩ଘଣ୍ଟାର ଏହି ଭ୍ରମଣ ମଧ୍ୟରେ ରାଇବାଗରୁ ୧୫କିମି ଦୂରରେ ଅବସ୍ଥିତ ଚିଞ୍ଚାଳି ଷ୍ଟେସନ ନିକଟରେ ୟାଲାୱା ଏହି ତୃତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଚଳନ୍ତା ଟ୍ରେନଟି ରାଇବାଗ ଷ୍ଟେସନରେ ପହଞ୍ôଚବା ପୂର୍ବରୁ ୟାଲାୱା ଏକ ପୁତ୍ର ସନ୍ତାନ ଜନ୍ମ କରି ସାରିଥିଲେ। ରାଇବାଗ ଷ୍ଟେସନ କର୍ତ୍ତୁପକ୍ଷ ପୂର୍ବରୁ ଘଟଣା ସମ୍ପର୍କରେ ଖବର ପାଇଁ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ସହ ଆନୁସଙ୍ଗୀକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିଥିଲେ। ଦୀର୍ଘ ଅଧଘଣ୍ଟା କାଳ ଟ୍ରେନଟି ୟାଲାୱା ଓ ନବଜନ୍ମାଙ୍କୁ ସୁରକ୍ଷିତ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରିବାକୁ ଛିଡ଼ା ହୋଇଥିଲା। ରାଇବାଗର ତହସିଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟ ୟାଲାୱା ଓ ନବଜନ୍ମ ସୁସ୍ଥ୍ୟ ଅଛନ୍ତି ବୋଲି ସୂଚନା ଦିଆଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories