କଲକାତାରେ ଇପିଏଫ କାର୍ଯ୍ୟାଳୟ ଉପରେ ଇଡିର ଚଢଉ

0

କଲକାତା: ଅର୍ଥନୈତିକ ଅପରାଧ ଶାଖା(ଇଡି) ପକ୍ଷରୁ ଗୁରୁବାର କଲକାତାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ପ୍ରଭିଡେଣ୍ଟ ଫଣ୍ଡ କାର୍ଯ୍ୟାଳୟ ଓ ବରିଷ୍ଠ ଅଧିକାରୀଙ୍କ ଘର ଉପରେ ଇଡି ପକ୍ଷରୁ ଏକକାଳୀନ ଚଢଉ କରାଯାଇଛି। ଇଡିର ଅଧିକାରୀମାନେ ବେହାଲାସ୍ଥିତ ପେ କମିଶନର ରମେଶ ଚନ୍ଦ୍ର ସିଂହଙ୍କ ଘର ଉପରେ ମଧ୍ୟ ଚଢଉ କରିଛନ୍ତି। କଲକାତାର ପାର୍କଷ୍ଟ୍ରିଟ୍‍ ସ୍ଥିତ ଇପିଏଫ କାର୍ଯ୍ୟାଳୟ ବ୍ୟତୀତ ଇପିଏଫ ଅଧିକାରୀଙ୍କ ବାସଗୃହ ଉପରେ ମଧ୍ୟ ଇଡି ଚଢଉ କରିଥିଲା। ଇପିଏଫ କାର୍ଯ୍ୟାଳୟର କର୍ମଚାରୀମାନେ ଲାଞ୍ଚ ନେଇ ବେଆଇନ ଭାବରେ ଟଙ୍କା ନେଣଦେଣରେ ଲିପ୍ତ ଥିବା ଅଭିଯୋଗ ପାଇବା ପରେ ଇଡି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଏହି ଚଢ:ଉରେ ସ୍ଥାନୀୟ ପୁଲିସର ସହଯୋଗ ମଧ୍ୟ ନିଆଯାଉଛି। ଆବଶ୍ୟକ ପଡ଼ିଲେ ଇପିଏଫର ଅନ୍ୟାନ୍ୟ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢଉ ଜାରି ରହିବ ବୋଲି ଇଡିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply