www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ଫେରିଲେ କୋହଲି: ଶୀଘ୍ର ଆର୍‌ସିବି ଶିବିରରେ ଯୋଗଦେବେ

ନୂଆଦିଲ୍ଲୀ  : ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ ଯୋଗଦେବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବିରାଟ ପ୍ରାୟ ଦୁଇମାସ ​‌ହେବ ବିରତିରେ ଥିଲେ। ଏହି କାରଣରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିନଥିଲେ। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଗତ ମାସରେ ଦ୍ବିତୀୟ୍ ସନ୍ତାନର ମା ହୋଇଥିଲେ। ଏଥିପାଇଁ ବିରାଟ ସାମୟିକ ବିରତି ନେବା ସହିତ ଲଣ୍ଡନରେ ଥିଲେ। ରବିବାର କୋହଲି ଭାରତ ଫେରିଛନ୍ତି। ଖୁବଶୀଘ୍ର ଆରସିବି ଶିବିରରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଆରସିବିର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ବିରାଟଙ୍କ ବାଦ୍‌ ଅନ୍ୟ ସମସ୍ତ ଖେଳାଳି ଏଥିରେ ଯୋଗ ଦେଇଛନ୍ଥି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ କାର୍ଯ୍ୟକ୍ରମ ୧୯ରେ ବାଙ୍ଗାଲୋରରେ ଆୟୋଜିତ ହେବାର ଅଛି। ଏଥିରେ ଦଳର ସମସ୍ତ ଖେଳାଳି, ଅଫିସିଆଲ, ପ୍ରଶିକ୍ଷକ ଯୋଗ ଦେବେ। ଏଥିରେ ବିରାଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଇପିଏଲ-୧୭ ଚଳିତ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି। ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ ପୂର୍ବରୁ ଆଇପିଏଲ ଭାରତୀୟ ଖେଳାଳିମାନଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଉକ୍ତ ପ୍ରଦର୍ଶନ ବଳରେ ଖେଳାଳିମାନଙ୍କୁ ବିଶ୍ବକପ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଟ୍ବେଣ୍ଟି୨୦ ବିଶ୍ବକପ ଦଳରୁ ବିରାଟଙ୍କୁ ବାଦ୍‌ ଦେବା ନେଇ ମଧ୍ୟ ଆଲୋଚନା ହେଉଉଛି। ଏଭଳି ସ୍ଥଳେ ବିରାଟ ମଧ୍ୟ ଆଇପିଏଲରେ ଭଲ ବ୍ୟାଟିଂ କରି ବିଶ୍ବକପ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ଚାହଁିବେ। ଆଇପିଏଲରେ କୋହଲି ୧୧୭ଟି ମ୍ୟାଚ ଖେଳି ଗୋଟିଏ ଶତକ ଓ ୩୭ଟି ଅର୍ଦ୍ଧଶତକ ସହ ୪୦୩୭ରନ କରିଛନ୍ତି। ଆରସିବି ଆଇପିଏଲ-୧୭ର ପ୍ରଥମ ମ୍ୟାଚ ଏମ୍‌ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷରେ ଖେଳିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories