www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ

ଗୋପାଳପୁର: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଗୋପାଳପୁରରେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ଠାରେ ବିଜେପିର ବରିଷ୍ଠ ନେତା ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ ଆୟୋଜିତ କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ସୁବାସ ସାହୁ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ଲୋକ ସଭା ସଂଯୋଜକ ସରୋଜ ସାବତ, ଜିଲା କୃଷକ ମୋର୍ଚ୍ଚା ସଭାପତି ମୋହନ୍ତ ଚିନ୍ମୟା ନନ୍ଦ ଦାସ , ଯୋଗୀ ଦେବଦତ୍ତ ମହାରାଜ, ଜିଲ୍ଲା ଉପ ସଭାପତି ଗଙ୍ଗାଧର ଶତପଥୀ,ଦିଗପହଣ୍ଡି ପ୍ରଭାରୀ ରାଜେଶ ସାହୁ, କେ. ଅନିଲ କୁମାର, ବନମାଳି ସେଠୀ, ଓ ଅନ୍ୟମାନେ ଯୋଗ ଦେଇଥିଲେ।

ରାଜ୍ୟରେ ମେଣ୍ଟ ହେବା ଦରକାର ନାହିଁ । ଓଡିଶା ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ସଂଗଠନକୁ ମଜଭୁତ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟେଇବା ବୋଲି ପୂର୍ବତନ ସଭାପତି ବିଭୁତି ଭୂଷଣ ଜେନା କହିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ବୁଥସ୍ତରରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ, ସୁନୀଳ ପାତ୍ର, ଜଗମୋହନ ପାତ୍ର, ଟୁନା ଜେନା, ମଣ୍ଡଳ ସଭାପତି ସନତ କୁମାର ନାୟକ, ବ୍ରଜମୋହନ ନାହାକ, ଡ଼. ପ୍ରଦୀପ ପଟ୍ଟନାୟକ, ପଞ୍ଚୁ ବେହେରା, ଚଣ୍ଡୀଚରଣ ସାହୁ, ଅଭିମନ୍ୟୁ ସାହୁ, ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ରବିବାର ଅନୁଷ୍ଠିତ ବୈଠକ ଦ୍ବାରା ଗୋପାଳପୁରରେ ବିଜେପି ଶକ୍ତି ପ୍ରଦର୍ଶନ କରିବା ସହ ଚଳିତ ଥର ଗୋପାଳପୁର ଆସନକୁ ଅକ୍ତିଆର କରିବାକୁ କର୍ମୀ ମାନେ ଶପଥ ନେଇଥିଲେ।

- Advertisement -

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories