www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ ଏହି ୨ ଖାଦ୍ୟ ବିଷୟରେ କେତେକ ଜାଣିବା କଥା

ସୁସ୍ଥ ଶରୀର ପାଇଁ ଖିର ଓ ଦହି ଖୁବ୍‌ ହିତକାରୀ। ଉଭୟରେ ଅଧିକ ମାତ୍ରାରେ ଭିଟାମିନ୍ସ ଓ ଅନେକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ, ଏହି ଦୁଇଟା ମଧ୍ୟରୁ କେଉଁଟା ଅଧିକ ଉପକାରୀ।  ଯଦିଓ ଦୁଇଟି ଖାଦ୍ୟ ପଦାର୍ଥ ଶରୀର ପାଇଁ ଉପକାରୀ ତଥାପି ଖିର ତୁଳନାରେ ଦହି ଅଧିକ ଫଳପ୍ରଦ।

ଖିରରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେହିପରି ଦହିରେ ଭିଟାମିନ୍ ଏ, ଡି ଏବଂ ବି-୧୨, ପ୍ରୋଟିନ୍ ଓ କ୍ୟାଲସିୟମ ରହିଥାଏ। ଦହିରେ ଅଧିକ ମାତ୍ରାରେ ଲାକ୍ଟୋଜ ଥିବାରୁ ଏହା ପାଚନ କ୍ଷମତାକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଦୁର୍ବଳ, ସେମାନେ ଖିର ପରିବର୍ତ୍ତେ ଦହି ସେବନ କରିବା ଉଚିତ୍। ଏହି କାରଣରୁ ସୁସ୍ଥ ଶରୀର ପାଇଁ ଖିର ଠାରୁ ଅଧିକ ଦହି ଉପକାରୀ।
ଦହିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଦାନ୍ତ ଓ ହାଡ ଅଧିକ ମଜବୁତ ହୋଇଥାଏ। ନିୟମିତ ଦହି ସେବନ କରିବା ଦ୍ବାରା ଅଷ୍ଟିଓପୋରୋସିସ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।

- Advertisement -

ଯଦି ଆମେ କ୍ୟାଲୋରୀ ଏବଂ ପ୍ରୋଟିନ୍ ବିଷୟରେ କଥା ହେବା, ତେବେ ଏକ କପ୍‌ ଦହିରେ ୯୮% କ୍ୟାଲୋରୀ ରହିଥିବା ବେଳେ ଏକ କପ୍ ଖିରରେ ୯୦% କ୍ୟାଲୋରୀ ରହିଥାଏ। ସେହିପରି ଏକ କପ୍‌ ଦହିରେ ୧୧ ଗ୍ରାମ ପ୍ରୋଟିନ୍ ରହିଥିବା ବେଳେ ଏକ କପ୍ ଖିରରେ ୯ ଗ୍ରାମ ପ୍ରୋଟିନ୍ ରହିଥାଏ। ତେଣୁ ଦହିରେ ଅଧିକ ମାତ୍ରାରେ କ୍ୟାଲୋରୀ ଓ ପ୍ରୋଟିନ୍ ଥିବା କାରଣରୁ ଏହା ଖିର ଠାରୁ ଅଧିକ ଲାଭଦାୟକ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories