www.samajalive.in
Sunday, December 7, 2025
18.1 C
Bhubaneswar

କାନରୁ ଜାଣନ୍ତୁ ମଣିଷର ପ୍ରକୃତି

ଯେଉଁଭଳି ଭାବେ ହସ୍ତରେଖା ଓ ଜାତକରେ ଗ୍ରହମାନଙ୍କର ସ୍ଥିତିକୁ ଦେଖି କୌଣସି ବ୍ୟକ୍ତିଙ୍କ ଗୁଣ ଓ ବଦ୍‌ଗୁଣ ବିଷୟରେ ଜାଣିହୁଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ର ସାହାଯ୍ୟରେ ଆପଣ କୌଣସି ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗର ଆକୃତି ଓ ତା’ଉପରେ ଥିବା ଚିହ୍ନ ଦେଖି ତାଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ସହଜରେ ଅନୁମାନ କରିପାରିବେ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଛୋଟ କିମ୍ବା ବଡ଼ କାନ ତାଙ୍କ ପ୍ରକୃତି ବିଷୟରେ ପୁରା କାହାଣୀ ବଖାଣିଥାଏ। ତେବେ ଆସନ୍ତୁ ଜାଣିବା କ’ଣ କହୁଛି ଆପଣଙ୍କ କାନର ଆକୃତି ଓ ତା’ଉପରେ ଥିବା ତିଳ ଚିହ୍ନ।

କ’ଣ କହେ ଆପଣଙ୍କ କାନର ତିଳ ଚିହ୍ନ:

- Advertisement -

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତିଙ୍କ କାନରେ ଥିବା ତିଳ ଚିହ୍ନ ତାଙ୍କ ଗୁଣ ବା ପ୍ରକୃତିର ଦର୍ପଣ ହୋଇଥାଏ। ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ କାନରେ ତିଳ ଚିହ୍ନ ଥାଏ, ତେବେ ସେ ସବୁକାମ ତରବରରେ କରନ୍ତି ଏବଂ ସେ ଶୀଘ୍ର କ୍ରୋଧିତ ମଧ୍ୟ ହୁଅନ୍ତି, ଯାହା ତାଙ୍କ ପାଇଁ ସର୍ବଦା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅପରପକ୍ଷେ, ଯେଉଁମାନଙ୍କ ବାମ କାନରେ ତିଳ ଚିହ୍ନ ଥାଏ, ସେମାନେ ବହୁତ ବୁଦ୍ଧିମାନ। ସେମାନେ ସେମାନଙ୍କର କାର୍ଯ୍ୟ ଶାନ୍ତ ଓ ସ୍ଥିର ମନରେ କରନ୍ତି। ଏପରି ଲୋକ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥା’ନ୍ତି।

କାନ ଦେଖି ଏପରି ଚିହ୍ନନ୍ତୁ ମଣିଷ:

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର କାନର ଆକୃତି ଭିନ୍ନ ହୋଇଥାଏ। କାହାର କାନ ଛୋଟ ତ ଆଉ କାହାର ବଡ଼ ହୋଇଥାଏ। ସେହିପରି ଆଉ କାହାର କାନ ଉପରକୁ ଉଠିଥାଏ ତ କାହାର ଦବିଲା ପରି ରହିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କାନ ଛୋଟ ହୋଇଥାଏ, ସେମାନେ ପରିଶ୍ରମ ବଳରେ ନିଜ ଜୀବନରେ ଧନ, ଅର୍ଥ ଏବଂ ଖ୍ୟାତି ଅର୍ଜନ କରିଥାଆନ୍ତି। ଅପରପକ୍ଷେ, ଯେଉଁମାନଙ୍କର କାନ ଲମ୍ବା ହୋଇଥାଏ, ସେମାନେ ପ୍ରାୟତଃ ଦୀର୍ଘୟୁ ହୋଇଥା’ନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କ କାନରେ କେଶ ଥାଏ, ସେମାନେ ପ୍ରାୟତଃ ଭାଗ୍ୟବାନ ହୋଇଥା’ନ୍ତି ଏବଂ ପ୍ରତି ପାଦରେ ଭାଗ୍ୟ ତାଙ୍କ ସାଥିରେ ଥାଏ।

କାନ ଫଡ଼କିବାର ଅର୍ଥ:

ଯେପରି କାନର ଆକୃତି ଏବଂ ଚିହ୍ନ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶକ୍ତି ଏବଂ ଦୁର୍ବଳତା ବିଷୟରେ ଜାଣିହୁଏ, ସେହିପରି କାନ ଫଡ଼କିବା ଦ୍ବାରା ଶୁଭ ଅଶୁଭ ସଙ୍କେତ ପାଇପାରିବେ। ବିଶ୍ୱାସ ରହିଛି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଡାହାଣ କାନ ଫଡ଼କେ, ତେବେ ଭବିଷ୍ୟତରେ ସେ ଏକ ବଡ଼ ପଦବୀ ପାଇବେ। ସେହିପରି ବାମ କାନ ଫଡ଼କିବା ଦ୍ବାରା ମନବାଞ୍ଛିତ ସଫଳତା ମିଳିଥାଏ। ସେହିଭଳି ଯଦି ଡାହାଣ ଏବଂ ବାମ କାନ ଏକତ୍ର ଫଡ଼କେ, ତେବେ ଏହାକୁ ମଧ୍ୟ ଶୁଭ ସଙ୍କେତ ବୋଲି ବିବେଚନା କରାଯାଏ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories