www.samajalive.in
Monday, December 15, 2025
27.1 C
Bhubaneswar

କ’ଣ କରିବେନି ଦାନ- ସମସ୍ତ ରାଶି ଏବଂ ଲଗ୍ନ ଅନୁସାରେ ଜାଣନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ, ଦାନ କରିବା ଶୁଭ ଅଟେ। ଆପଣ ସମସ୍ତେ ଦାନ କରିବାର ଲାଭ ବିଷୟରେ ଜାଣିଥିବେ। କିନ୍ତୁ ଦାନ କରିବାର କିଛି କ୍ଷତି ମଧ୍ୟ ରହିଛି। ବେଳେବେଳେ କିଛି ଏପରି ଦ୍ରବ୍ୟ ଆମେ ଭୁଲବଶତଃ ଦାନ କରି ଦେଇଥାଉ ଯାହାର ପରିଣାମ ସ୍ବରୂପ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଦାନ କରିବା ଅନୁଚିତ ..
ଶାସ୍ତ୍ରରେ ଦାନର ତିନୋଟି ସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଛି। ସର୍ବ ପ୍ରଥମେ ଜାତକରେ ଗ୍ରହଙ୍କ ଦଶା ଖରାପ ଥିଲେ ଦାନ କରାଯାଇଥାଏ। ଏହାଦ୍ବାରା ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ। ଦ୍ବିତୀୟରେ ଯେକୌଣସି ବ୍ରତ କିମ୍ବା ପୂଜାରେ କିଛି ମାନସିକ ରଖିଥିଲେ ଦାନ କରାଯାଇଥାଏ। ଏପରି କ୍ଷେତ୍ରରେ ବସ୍ତ୍ର, ଖାଦ୍ୟ, ଅନ୍ନ ଇତ୍ୟାଦି ଦାନ କରାଯାଏ। ଏପରି କରିବା ଦ୍ବାରା ପୂଜାରେ ଉପବାସ କରିଥିଲେ ସଫଳତା ମିଳିଥାଏ। ତୃତୀୟରେ କୌଣସି ଶପଥ କିମ୍ବା ପ୍ରତିଜ୍ଞା କରିଥିଲେ ଦାନ ଦେବା ନିଶ୍ଚିନ୍ତ ଅଟେ।
ଜ୍ୟୋତିଷଙ୍କ ଅନୁଯାୟୀ, ଅଲଗା ଅଲଗା ଗ୍ରହଙ୍କ ପାଇଁ ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବାକୁ ପଡିଥାଏ। କିନ୍ତୁ ଜାତକରେ ଗ୍ରହଙ୍କ ଦଶା ଠିକ ଥିବା ସତ୍ତ୍ବେ ଦାନ ଦେବା ଦ୍ବାରା ଅନିଷ୍ଟ ହୋଇଥାଏ।

ମେଷ ଲଗ୍ନରେ ବୃହସ୍ପତିଙ୍କ ନିମନ୍ତେ ଦାନ ଦେବା ଅନୁଚିତ।
ବୃଷ ଲଗ୍ନରେ ଶନିଙ୍କ ନିମନ୍ତେ କୌଣସି ଦାନ ଦେବା ଅନୁଚିତ।
ମିଥୁନ ଲଗ୍ନରେ ଶୁକ୍ରଙ୍କ ପାଇଁ ଧଳା ମିଷ୍ଠାନ୍ନ ଦାନ କରିବା ଅନୁଚିତ।
କର୍କଟ ଲଗ୍ନରେ ମଙ୍ଗଳଙ୍କ ପାଇଁ ଦାନ କରିବା ଅନୁଚିତ।
ସିଂହ ଲଗ୍ନରେ ମଙ୍ଗଳଙ୍କ ସମ୍ବନ୍ଧିତ କୌଣସି ଦ୍ରବ୍ୟ ଦାନ କରନ୍ତୁ ନାହିଁ।
କନ୍ୟା ଲଗ୍ନରେ ଶୁକ୍ରଙ୍କ ସମ୍ବନ୍ଧିତ କୌଣସି ଦ୍ରବ୍ୟ ଦାନ କରିବା ଅଶୁଭ ଅଟେ।
ତୁଳା ଲଗ୍ନରେ ଶନି ଓ ବୁଧ ଗ୍ରହଙ୍କ ନିମନ୍ତେ ଦାନ କରିବା ଅନୁଚିତ।
ବିଛା ଲଗ୍ନରେ ବୃହସ୍ପତିଙ୍କ ପାଇଁ ଦାନ କରିବା ଅଶୁଭ ହୋଇଥାଏ।
ଧନୁ ଲଗ୍ନରେ ସୂର‌୍ୟ୍ୟଙ୍କ ସମ୍ବନ୍ଧିତ କୌଣସି ଦ୍ରବ୍ୟ ଦାନ କରନ୍ତୁ ନାହିଁ।
ମକର ଲଗ୍ନରେ ଶନି ଓ ଶୁକ୍ରଙ୍କ ସମ୍ବନ୍ଧିତ ଦ୍ରବ୍ୟ ଦାନ କରିବା ଅନୁଚିତ।
କୁମ୍ଭ ଲଗ୍ନରେ ଶୁକ୍ରଙ୍କ ସମ୍ବନ୍ଧିତ କୌଣସି ଦ୍ରବ୍ୟ ଦାନ କରନ୍ତୁ ନାହିଁ।
ଏହାସହ ମୀନ ଲଗ୍ନରେ ଚନ୍ଦ୍ରମାଙ୍କ ସହ ଜଡିତ କୌଣସି ଦ୍ରବ୍ୟ ଦାନ କରିବା ଅନୁଚିତ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories