www.samajalive.in
Tuesday, December 9, 2025
17.1 C
Bhubaneswar

ମହାଦେବଙ୍କୁ ଅର୍ପଣ କରନ୍ତୁ ଦୁଦୁରା ଫୁଲ

ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ ଦୁଦୁରା ଫୁଲ । ମହାଦେବଙ୍କୁ ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୁବ ଅର୍ପଣ କଲେ ଧନହାନି ଦୂର ହେବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।
ଅରଖ ଫୁଲ –
ଏହି ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ ଓ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ଖୁବ ଭଲ ବିଦ୍ୟା ପ୍ରାପ୍ତି ହୋଇଥାଏ।
କନିଅର –
ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ।
ଅଗସ୍ତି ଫୁଲ –
ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ,ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ।
ଶାସ୍ତ୍ରରେ ଉଲ୍ଲେଖ ଥିବା ଏହି ପୁଷ୍ପକୁ ଭଗବାନ ଶିବଙ୍କୁ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ।

ଆୟୁ ବୃଦ୍ଧି ପାଇଁ ଗାଈ ଘିଅରେ ରୁଦ୍ରାଭିଷେକ କରନ୍ତୁ।

- Advertisement -

ବାହନ ସୁଖ ପାଇଁ ମଲ୍ଲୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।

ଶିବ ମନ୍ଦିରରେ ଗାଈ ଘିଅରେ ଦୀପ ଲଗାନ୍ତୁ।

ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ।

କେସର ମିଶ୍ରିତ ଜଳ ଅର୍ପଣ କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଜୀବନ ସୁଖମୟ ହୋଇଥାଏ।

ଶନିଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ରାଶି ଅର୍ପଣ କରନ୍ତୁ।

ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ଘର ଓ ସନ୍ତାନ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ।

ଧନ ପ୍ରାପ୍ତି ପାଇଁ କ୍ଷୀରିରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories