www.samajalive.in
Sunday, December 14, 2025
19.1 C
Bhubaneswar

ଆର୍‌ସିବି ପରାସ୍ତ ; ବିଜୟଧାରାକୁ ଫେରିଲା କେକେଆର୍‌

ବେଙ୍ଗାଲୁରୁ : ବୁଧବାରର ଆଇପିଏଲ୍‌ ମୁକାବିଲାରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବ୍ୟାଟ୍‌ସମ୍ୟାନଙ୍କ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୨୧ ରନ୍‌ରେ କେକେଆର୍ ପରାସ୍ତ କରିଛି। ଜେସନ୍ ରୟ ଓ ନୀତୀଶ ରାଣାଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ୨ ଥର ଚମ୍ପିଆନ୍ ଦଳ କେକେଆର୍‌ ୫ ୱିକେଟରେ ୨୦୦ ରନ୍‌ କରିଥିଲା। ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସ‌େ‌ତ୍ତ୍ବ ଆର୍‌ସିବି ୮ ୱିକେଟ ହରାଇ ୧୭୯ ରନ୍‌ କରି ପାରିଥିଲା। ସୂଚନାଯୋଗ୍ୟ; ଚଳିତ ସଂସ୍କରଣରେ ପ୍ରଥମ ଚରଣ ମ୍ୟାଚ୍‌ରେ ମଧ୍ୟ ଆର୍‌ସିବିକୁ ୮୧ ରନ୍‌ରେ କେକେଆର୍ ପରାସ୍ତ କରିଥିଲା। କ୍ରମାଗତ ୪ଟି ମ୍ୟାଚ୍‌ରେ ପରାଜୟ ପରେ କେକେଆର୍ ବିଜୟଧାରାକୁ ଫେରିଛି। ଏହାସହ ୮ମ ମ୍ୟାଚ୍‌ରେ ୩ୟ ବିଜୟ ପରେ କେକେଆର୍‌ ୭ମ ସ୍ଥାନରେ ରହିଛି। ଆର୍‌ସିବି ୮ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗି ୫ମ ସ୍ଥାନରେ ରହିଛି।
୨୦୧ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ତାରକା ବ୍ୟାଟ୍‌ସମ୍ୟାନ୍ ଫାଫ୍‌ ଡୁ ପ୍ଲେସି ଓ ବିରାଟ କୋହଲି ୧୩ ବଲ୍‌ରୁ ୩୧ ରନ୍‌ କରିଥିଲେ। ହେଲେ ୧୪ଶ ବଲ୍‌ରେ ଡୁ ପ୍ଲେସି ଆଉଟ୍‌ ହୋଇ ଯାଇଥିଲେ। ଡୁ ପ୍ଲେସି ମାତ୍ର ୭ଟି ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୭ ରନ୍‌ କରିଥିଲେ। ଗୋଟିଏ ପଟେ ଅଧିନାୟକ କୋହଲି ଭଲ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟୁ ଆର୍‌ସିବି ଜଲ୍‌ଦି ୨ଟି ୱିକେଟ ହରାଇଥିଲା। ବ୍ୟାଟିଂରେ ପଦୋନ୍ନତି ପାଇଥିବା ଶାହ୍‌ବାଜ ଅହମ୍ମଦ ୨ ଓ ଦଳର ପ୍ରମୁଖ ମ୍ୟାଚ୍‌ ବିଜେତା ଗ୍ଲେନ୍‌ ମ୍ୟାକ୍ସୱେଲ ୫ ରନ୍‌କରି ବିଦାୟ ନେଇଥିଲେ। ପରେ ବିରାଟ କୋହଲି ଓ ମହିପାଳ ଲୋମରର ଭଲ ଭାଗିଦାରୀ କରି ୫୫ ରନ୍‌ ଯୋଡ଼ିଥିଲେ। କୋହଲି ୩୭ ବଲ୍‌ରୁ ୬ଟି ଚୌକା ସହ ୫୪ ରନ୍‌ କରି ବିଦାୟ ନେଇଥିଲେ। ଲୋମରର ୧୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଛକା ସହ ୩୪ ରନ୍‌ କରି ପାରିଥିଲେ। ସୁୟାଶ ପ୍ରଭୂଦେଶାଇ ୧୦ ଓ ଦିନେଶ କାର୍ତ୍ତିକ ୨୨ ରନ୍‌ କରିଥିଲେ। ବରୁଣ ଚକ୍ରବର୍ତ୍ତୀ ୩ଟି ଏବଂ ସୁୟାଶ ଶର୍ମା ଓ ଆ​‌େ​‌ନ୍ଦ୍ର ରସେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। କଲକାତା ନାଇଟ୍‌ ରାଇଡର୍ସର ଓପ୍‌ନର ଜେସନ୍ ରୟ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟ ଓପ୍‌ନର ନାରାୟଣ ଜଗଦ୍ଦୀଶନ୍‌ ଜଗିରଖି ଖେଳିଥିଲେ। ଜେସନ୍ ରୟ ୪ର୍ଥ ଓଭରରୁ ୧୭ ଓ ୬ଷ୍ଠ ଓଭରରୁ ୨୫ ରନ୍‌ ମାରିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ କେକେଆର୍ ୬୬ ରନ୍‌ କରି ପାରିଥିଲା। ପରବର୍ତ୍ତୀ ୯ ଓଭରରୁ କେକେଆର୍ ମାତ୍ର ୬୫ ରନ୍‌ କରି ପାରିଥିଲା। ହେଲେ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂକରି କେକେଆର୍‌ ୬୯ ରନ୍‌ ସ୍କୋର୍‌କରି ୨ ଶହ ରନ୍‌ରେ ପହଞ୍ଚିଥିଲା। ଜଗଦ୍ଦୀଶନ୍‌ ୨୯ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍‌ କରିଥିଲେ। ଇଂଲଣ୍ଡର ଜେସନ୍ ରୟ ୨୯ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୫୬ ରନ୍‌ କରିଥିଲେ। ପରେ ଦୁଇ ବାମହାତି ଭେଙ୍କଟେଶ ଆୟର ଓ ଅଧିନାୟକ ନୀତୀଶ ରାଣା ୩ୟ ୱିକେଟ ପାଇଁ ୪୪ ବଲ୍‌ରୁ ୮୦ ରନ୍‌ ଯୋଗ କରିଥିଲେ। ନୀତୀଶ ରାଣା ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୧ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‌ କରିଥିଲେ। ଭେଙ୍କଟେଶ ଆୟର ୨୬ ବଲ୍‌ରୁ ୩ଟି ଚୌକା ସହ ୩୧ ରନ୍‌କରି ଆଉଟ୍‌ ହୋଇଥିଲେ। ଆ‌େ​‌ନ୍ଦ୍ର ରସେଲ ମାତ୍ର ୧ ରନ୍‌କରି ବିଦାୟ ନେଇଥିଲେ। ଶେଷ ଓଭରରୁ ୧୫ ରନ୍‌ ହୋଇଥିଲା। ରିଙ୍କୁ ସିଂହ ଓ ଡେଭିଡ୍‌ ୱିଜେ ଶେଷଆଡ଼କୁ ଭଲ ବ୍ୟାଟିଂ କରିିଥିଲେ। ନାମିବ୍ୟାର ଅଭିଜ୍ଞ ଅଲ୍‌ରାଉଣ୍ଡର ଡେଭିଡ୍‌ ୱିଜେ ୩ଟି ବଲ୍‌ରୁ ୨ଟି ଛକା ସହ ୧୨ ଏବଂ ରିଙ୍କୁ ସିଂହ ୧୦ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୮ ରନ୍‌କରି ଅପରାଜିତ ରହିଥିଲେ। ୱାନିନ୍ଦୁ ହସରଙ୍ଗା ଓ ବିଜୟକୁମାର ବୈଶାକ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories