www.samajalive.in
Sunday, December 14, 2025
19.1 C
Bhubaneswar

ସୁଦାନରୁ ୫୩୦ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ : କାବେରୀ ଅଭିଯାନ କ୍ରମରେ ହିଂସା ପ୍ରଭାବିତ ସୁଦାନରେ ଅଟକି ରହିଥିବା ୫୩୦ଜଣ ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ୨୭୮ ଜଣ ଭାରତୀୟଙ୍କୁ ସୁଦାନ ବନ୍ଦରକୁ ଅଣାଯିବା ପରେ ସେମାନଙ୍କୁ ନୌସେନାର ଜାହାଜ ଆଇଏନଏସ୍‌ ସୁମେଧା ଦ୍ବାରା ସାଉଦି ଆରବର ଜେଦ୍ଦାକୁ ଅଣାଯାଇଛି। ଅନ୍ୟପକ୍ଷରେ ଭାରତୀୟ ବାୟୁସେନାର ଦୁଇଟି ବିମାନ ଯୋଗେ ୨୫୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଭାରତୀୟ ବାୟୁସେନାର ଦୁଇଟି ସି-୧୩୦ଜେ ବିମାନରେ ଯଥାକ୍ରମେ ୧୨୧ ଓ ୧୩୫ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସୂଚନା ଦେଇଛନ୍ତି। ସାଉଦି ଆରବର ଜେଦ୍ଦା ସହରରେ ଭାରତ ସରକାରଙ୍କ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଭାରତୀୟ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍‌ ଜେଦ୍ଦାରେ ପହଞ୍ଚି ସେଠକାର ସ୍ଥିତି ଉପରେ ନଜର ରଖିଛନ୍ତି। ଜେଦ୍ଦାରୁ ବିମାନ ଯୋଗେ ଭାରତୀୟଙ୍କୁ ସ୍ବଦେଶ ପଠାଇବାକୁ ଯୋଜନା କରାଯାଇଛି। ସୁଦାନରୁ ଉଦ୍ଧାର କରାଯାଇଥିବା ଭାରତୀୟଙ୍କ ନିମନ୍ତେ ଜେଦ୍ଦା ସହରରେ ରହିବା, ଖାଇବା ବ୍ୟବସ୍ଥା ହୋଇଛି।
ସୁଦାନରେ ଗୃହଯୁଦ୍ଧ ଲାଗି ରହିଥିବାରୁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ଭାରତ ସରକାର କାବେରୀ ଅଭିଯାନ ଆରମ୍ଭ କରିଥିବା ବେଳେ ଜାହାଜ ଓ ବିମାନ ଯୋଗେ ସେଠାରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଦାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ଜାତିସଂଘ, ସାଉଦି ଆରବ, ୟୁଏଇ, ଇଜିପ୍ଟ, ଆମେରିକା ଆଦି ଦେଶଙ୍କ ସହ ଯୋଗାଯୋଗ ରକ୍ଷା କରାଯାଉଛି। ଗତସପ୍ତାହରେ ଜୟଶଙ୍କର ସୁଦାନ ସ୍ଥିତିକୁ ନେଇ ସାଉଦି ଆରବ, ୟୁଏଇ ଓ ଇଜିପ୍ଟର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା କାର୍ଯ୍ୟରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories