www.samajalive.in
Monday, December 15, 2025
26.1 C
Bhubaneswar

ଜ୍ଞାନ ଓ ଦକ୍ଷତା ସହ ଆବେଗ ଜରୁରୀ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ଜି-୨୦ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଆରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ଆଲୋଚନାଚକ୍ର ଆୟୋଜନ ସହିତ ଏହି ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପୂର୍ବରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା। ବୁଧବାରଠାରୁ ଭୁବନେଶ୍ବରରେ ଆୟୋଜିତ ହେଉଥିବା ତିନିଦିନିଆ ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।
ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବା କ୍ଷେତ୍ରରେ ଶିକ୍ଷାର ଗୁରୁତ୍ବ ଉପରେ ସେ ସ୍ବତନ୍ତ୍ର ଅଭିଭାଷଣ ଦେବା ସହ ଦକ୍ଷତା ବିକାଶର ମୂଲ୍ୟ ଉପରେ ଗୁରୁତ୍ବ ଦେଇଥିଲେ। ଏହି ଅବସରରେ ଶ୍ରୀ ସରକାର କହିଥିଲେ ଯେ, କାର୍ଯ୍ୟକ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଏବଂ ମୌଳିକ
ଦକ୍ଷତା ବିକାଶ ଓ ଆଜୀବନ ଅଧ୍ୟୟନ ଉପରେ ବିଚାରବିମର୍ଶ କରିବା ଲାଗି ଦୁଇଟି ଆଲୋଚନା ହୋଇଥିଲା। ତାହା ଉପରେ ଆଧାର କରି ଆଜିର ଆଲୋଚନାଚକ୍ର ଆୟୋଜନ କରାଯାଉଛି। ଅପସ୍କିଲିଂ, ରିସ୍କିଲିଂ ଓ ଆଜୀବନ ଅଧ୍ୟୟନ ଜରିଆରେ ‘ଭବିଷ୍ୟତ ଲାଗି ପ୍ରସ୍ତୁତ’ କାର୍ଯ୍ୟଶକ୍ତି ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଜି-୨୦ ସେମିନାରର ଲକ୍ଷ୍ୟ ବୋଲି ସେ କହିଥିଲେ। ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅଧ୍ୟକ୍ଷ ଡ. ନିର୍ମଲଜିତ ସିଂ କାଲସୀ ଆଲୋଚନାଚକ୍ରରେ ଉଦବୋଧନ ଦେଇଥିଲେ। ଜି-୨୦ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ଠାରୁ ମିଳିଥିବା ମତାମତ ଓ ପରାମର୍ଶ ସମ୍ପର୍କରେ ଡ. କାଲସୀ ଏକ ଉପସ୍ଥାପନା ଦେଇଥିଲେ। ଶିକ୍ଷା ମନ୍ତ୍ରଣାଳୟର ସଚିବ କେ. ସଞ୍ଜୟ ମୂର୍ତ୍ତି, ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ (ଏନଇଟିଏଫ)ର ଅଧ୍ୟକ୍ଷ ଡ. ଅନୀଲ ଡି. ସହସ୍ରବୁଦ୍ଧେ ସେମିନାରକୁ ସମ୍ବୋଧିତ କରିଥିଲେ।
ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ବକ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ ପାନେଲ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ଏଲଆଣ୍ଡ ଟି ଏଡୁ ଟେକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବ୍ୟସାଚୀ ଦାସ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଅଧ୍ୟକ୍ଷତା କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories